ଆଠମଲ୍ଲିକ ବ୍ଲକ ଷୋଳ ପଦା ଅଂଚଳ ରେ ଦୁଇ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରା ଜନ ଜୀବନ ଅସ୍ତବ୍ୟସ୍ତ

ଠାକୁରଗଡ଼,୦୨/୦୮(ବୁଲୁ ଦଳେଇ) : ଆଠମଲ୍ଲିକ ବ୍ଲକ ଷୋଳ ପଦା ଅଂଚଳ ରେ ଦୁଇ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। 62ନମ୍ବର ରାଜ୍ୟ ରାଜ ପଥ ର ବେଲ ଘାଟି ଠାରେ ପାହାଡ ରୁ ମାଟି ଅତଡା ଖସି ଠାକୁରଗଡ଼ ଆଠମଲ୍ଲିକ କୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇ ଥିବା ବେଳେ ଠାକୁରଗଡ଼ ଆମ୍ବସର ମୁଣ୍ଡା ରାସ୍ତା ର ଭାଗିରଥୀ ପୁର ନାଳ ଉପରେ 3 ଫୁଟ୍ ଉଚ୍ଚତାରେ ପାଣି ବଢୁଥିବା କାରଣ ରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି ଠାକୁରଗଡ଼ ନକଚି ରାସ୍ତା ର ବନମାଳୀ ପୁର ପୋଲ ଉପରେ 2 ଫୁଟ୍ ଉଚ୍ଚତାରେ ପାଣି ବଢୁଥିବା କାରଣ ରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଠାକୁରଗଡ଼ କନ୍ତ୍ ପଡ଼ା ରାସ୍ତା ର ଖଇରା ସାହି ଠାରେ ଏକ ବିଶାଳ କାୟ ତେନ୍ତୁଳି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଯିବା ଆସିବା ରେ ସମସ୍ୟା ସୃଷ୍ଟି ହୋଇଛି। ମଙ୍ଗବାରଠାରୁ ଠାରୁ ବିଦ୍ୟୁତ୍ ସେବା ସମ୍ପୂର୍ଣ ବ୍ୟାହତ ହେବା କାରଣରୁ ଜଳ ଯୋଗାଣ ଓ ମୋବାଇଲ୍ ସେବା ସମ୍ପୂର୍ଣ ଠପ୍ ହୋଇଯାଇଛି। ସେହିଭଳି ଠାକୁରଗଡ଼ ପୁରୁଣା ପାଣି ରାସ୍ତା ରେ ପୋଲ ଉପରେ 5 ଫୁଟ୍ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉ ଥିବାରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ଯାଇଛି।