କଲ୍ୟାଣସିଂହପୁର,(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ଷାଲି ପଞ୍ଚାୟତର ସଦର ମହକୁମାଠାରେ ତିନିଟି ମାଓ ପୋଷ୍ଟର ଓ ଗୋଟିଏ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ବାଘୁନା ଡିଭିଜନ ସହିଦ ସପ୍ତାହ ପାଇଁ ପୋଷ୍ଟର ଓ ବ୍ୟାନର ମାରି ନିଜ ସ୍ଥିତି ଜାହିର କରିଛି।ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଲଢ଼ୁଥିବା ସିପିଆଇ ମାଓବାଦୀମାନେ ସହିଦ ହୋଇଥିବାରୁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଓ ମାଓବାଦୀରେ ଯୋଗ ଦେଇଥିବା ପାଇଁ ନିବେଦନ କରିଥିବା ଏଥିରେ ଉଲ୍ଲେଖ ରହିଛି। ଏହି ଅଞ୍ଚଳରେ କାର୍ଯ୍ୟ କରି ସହିଦ ହୋଇଥିବା ପଦ୍ମା(ମିଞ୍ଜା)ର ଅମର ଆତ୍ମାର ସଦଗତି ପାଇଁ ଓ ଲଳିତ, ରିତୁ, ସଦେଶ, କମଳା, ଅଞ୍ଜଳି,ନନ୍ଦୁ, ଗୀତାଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ଦିବସ ପାଳନ କରିବା ପାଇଁ ବାଘୁନା ଡିଭିଜନ ପକ୍ଷରୁ କୁହାଯାଇଛି। ଏହି ତିନିଟି ପୋଷ୍ଟର ଆମ୍ବ ଗଛରେ ଓ ବ୍ୟାନର ଡିକେଡିଏ କାର୍ଯ୍ୟାଳୟ ଫାଟକରେ ମାରିଥିବା ଦେଖିବାକୁ ମିଳିଛି।