ଶିକ୍ଷକ ନେତା ଙ୍କ ଅକାଳ ବିୟୋଗ ରେ ଗଁଦିଆ ଅଞ୍ଚଳ ରେ ଶୋକ ଛାୟା

ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ବରଦାପାଟଣା ଗ୍ରାମ ର ସ୍ବର୍ଗତ ଧନେଶ୍ଵର ପ୍ରଧାନ ଓ ସ୍ବର୍ଗତା ହିରାବତୀପ୍ରଧାନ ଙ ଜ୍ୟେଷ୍ଠପୁତ୍ର ବେଣାଝରପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଗଁଦିଆ ଶିକ୍ଷକ ସମନ୍ୱୟ ସମିତି ର ସଭାପତି ଶ୍ରୀକାନ୍ତ ପ୍ରଧାନ ମସ୍ତିଷ୍କ ଆଘାତ ରେ‌ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ମାସ ଛବିଶିତାରିଖ ସକାଳ ପାଞ୍ଚଟା ବୟାଳିଶିମିନିଟ୍ ସମୟରେ ଇହଲିଳା ସମ୍ବରଣ କରିଥିଲେ। ତାଙ୍କ ର ଶେଷକ୍ରୁତ ନିଜ ଜନ୍ମସ୍ଥାନ ବରଦାପଟଣା ରେ ସମ୍ପନ୍ନ କରାଯାଇଥିଲା। ତାଙ୍କ ର ପୁତ୍ର ଶୁଦ୍ଧା ବିନ୍ଦୁ ପ୍ରଧାନ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ ରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ଗଁଦିଆ ବ୍ଳକ ଶିକ୍ଷକ ସମନ୍ୱୟ ସମିତି ର ସମ୍ପାଦକ ଅକ୍ଷୟ କୁମାର ମିଶ୍ର, କୋଷାଧ୍ୟକ୍ଷ ଅଜିତ୍ କୁମାର ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ରିଷ୍ନଚନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଦାସ୍, ବିରେନ୍ଦ୍ର କୁମାର ସାମନ୍ତ ଗଭୀର ମର୍ମାହତ ହୋଇ ଶୋକ ପ୍ରକାଶ କରିଥିଲେ ଓ ଅମର ଆତ୍ମାର ସଦ୍ଗତି କାମନା କରିବା ସଙ୍ଗେ ସଙ୍ଗେ ପାର୍ଥିବ ଶରୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଗଁଦିଆ ବ୍ଳକ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।।