କିଶୋର ନଗର,(ବୁଲୁ ଦଳେଇ) : କିଶୋରନଗର ଉପଖଣ୍ଡର ନୁନୁକାପଶୀ ଗ୍ରାମ ପଞ୍ଚାୟତର କଦଳିମୁଣ୍ଡା ଠାରେ ଶିଶୁ ଅଧିକାର ସୂରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହର କୁପରିଣାମ ଏବଂ ଏହାର ସାମାଜିକ ମୁଳୋତ୍ପାଟନ, ଏଥିସକାଶେ ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ବିଶେଷକରି କନ୍ୟା ଶିକ୍ଷାର ମହତ୍ୱ, ଶିଶୁ ଶ୍ରମିକ ନିରୋଧରେ ଚାଇଲ୍ଡ ଲାଇନ କୋର୍ଡିନେଟର ପୂଜା ସ୍ୱାଇଁ ଦେୟମୁକ୍ତ ଫୋନ ନମ୍ବର 1098 ର ବ୍ୟବହାର ଏବଂ ଏହାର ଉପଯୋଗୀତା ବିଷୟରେ ଧାରଣା ଦେଇଥିଲେ | କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ କାର୍ଯ୍ୟନ୍ୱୟନ ସଂସ୍ଥା ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଆକ୍ସେସ ଟୁ ଜଷ୍ଟିସର ଜିଲ୍ଲା ସଂଯୋଜକ ବିଶ୍ୱଜିତ ଦାଶ ବାଲ୍ୟବିବାହ କ୍ଷେତ୍ରରେ ଏହି ଆଇନର ବିଭିନ୍ନ ଦିଗ ତଥା ଆଇନରେ ଉଲ୍ଲେକ୍ଷିତ ଦଣ୍ଡ ବ୍ୟବସ୍ଥା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ | ଶେଷରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ନିବାରଣ ପାଇଁ ଏକ ଶପଥପାଠ କରାଯାଇଥିଲା | ସଂଯୁକ୍ତା ପ୍ରଧାନ, କୁମୁଦିନୀ ସେଠୀ, ପୂଜା ରାଣୀ ସାହୁ, ସୁଲୋଚନା ପଧାନ, ମୋନାଲିସା ସାହୁ, ଅନୁପମା ସେଠୀ, ମିନତୀ ପ୍ରଧାନ, ମାମାଲି, ନିରାଶ, ସୋନାଲି ବେହେରା, ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନା ଆକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକ୍ରମର ପରିଯୋଜନା ସହଯୋଗୀ ଜ୍ୟୋସ୍ମିତା ପ୍ରଧାନ କରିଥିଲେ ।