ବଡଖମର ଗ୍ରାମରେ ୧୧ ତମ ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ ),ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଗ୍ରାମ ରେ ଚଳିତ ବର୍ଷ ହେବାକୁ ଥିବା ୧୧ ତମ ଶ୍ୟାମାକାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଗୈାରିଶଙ୍କର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତଥା କୋଷାଧ୍ୟକ୍ଷ ମନୋଜ କର୍ମୀ ଗତବର୍ଷର ଆୟବ୍ୟୟ ର ବିବରଣୀ ପଠନ କରିଥିଲେ।ଚଳିତ ବର୍ଷ କିଭଳି ଯାକଜମକରେ ଶ୍ୟାମାକାଳୀ ପୂଜା ଆୟୋଜନ ହେବ ସେନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ୯ ଦିନ ଧରି ଏକ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ ହେଇଥିଲା।‌ ଏଥିରେ କମିଟିର ସଦସ୍ୟ ‌ରହିମ ପଧାନ,‌ହେମନ୍ତ ପଧାନ, ସହଦେଵ ମହାକୁର, ଗୋକୁଳାନନ୍ଦ ସାହୁ, ମହାଦେବ ସାହୁ, ଉମାକାନ୍ତ ଭୋଇ,କୁଶ ମହାକୁର,ଆଶିଷ ସାହୁ,ବିକାଶ ସାହୁ, ଗଦାଧର ବାଦି,ସନାତନ ନାଗ, ବିନାୟକ ମିର୍ଦ୍ଧା , ବିନୋଦ ମହାକୁର ଓ ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।