ବୀରମହାରାଜପୁର ରେ ବ୍ୟାପୁଛି ଆଖିଧରା ରୋଗ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ସମୟରେ ଆଖିଧରା ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି ।ହଠାତ୍ ଆଖି ଲାଲ ହୋଇ ଯାଉଥିବା ବେଳେ କ୍ରମଶଃ ଏହା ଯନ୍ତ୍ରଣା ଆରମ୍ଭ ହେଉଛି । ଏହି ରୋଗ ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରେ ଵ୍ୟାପୁଥିବାରୁ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ପାଇଁ ଦାବି ହେଉଛି l ଆଖି ଧରା ରୋଗ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।ଏହି ରୋଗ ହେଲେ ଅନ୍ୟମାନଙ୍କ ସହ ମିଳାମିଶା କରିବାକୁ ବାରଣ କରାଯାଉଛି ।ଏବେ ବର୍ଷା ଦିନ ହୋଇଥିବାବେଳେ ଅଂଚଳରେ ଏବେ ଆଖିଧରା ରୋଗ ବହୁମାତ୍ରାରେ ବଢ଼ି ଚାଲିଥିବାବେଳେ ଏହା ୨ ରୁ ୩ ଦିନ ଅଧିକ କଷ୍ଟ ହେଉଛି lବୟସ୍କ ଲୋକ ମାନେ ଏହାର ଯନ୍ତ୍ରଣା କଷ୍ଟେ ମଷ୍ଟେ ସହି ଯାଉଥିବାବେଳେ ଛୋଟ ଛୁଆମାନଙ୍କ ପାଇଁ ଏହା ଅସହ୍ୟ ହୋଇପଡୁଥିବା ଦେଖିବାକୁ ମିଳିଛି l ବିଶେଷ କରି ସ୍କୁଲ କଲେଜ ମାନଙ୍କରେ ଅଧିକ ମାତ୍ରାରେ ଏହାର ସଂକ୍ରମଣ ହେଉଥିବାବେଳେ ଅବିଭାବକ ମାନେ ଚିନ୍ତିତ ହୋଇପଡିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି