ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ପ୍ରମୁଖ ଶିବ ମନ୍ଦିର ରେ ଆଜି ଶ୍ରାବଣର ଦ୍ୱତୀୟ ସୋମବାର ବୋଲବମ କାଉଡିଆ ଙ୍କ ପ୍ରବଳ oଭିଡ ଦେଖିବାକୁ ମିଳିଥିଲା l ବିଭିନ୍ନ ଘାଟ ରେ ବୁଡ ପକାଇ ହଜାର ହଜାର ଭକ୍ତ ର ଚମ୍ପାମାଲ, ଗୋଧନେଶ୍ୱର ସୁନାରିବେର୍ଣ୍ଣି, କାଦୋଦର, ଜାଲୋଏ, ସ୍ରିପୁରା ଆଦି ଗ୍ରାମର ଶୈବପୀଠ ମାନଙ୍କରେ ମହାପ୍ରଭୁ ଶିବ ଙ୍କୁ ଜଳ ଲାଗି କରିଥିଲେ lମନ୍ଦିରମାନଙ୍କ ରେ ଆଜି କାଉଡ଼ିଆ ଙ୍କ ଶଙ୍ଖ ଧ୍ୱନି ଓ ଶିବ ନାମ ହରି ନାମ କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ବିଭିନ୍ନ ମନ୍ଦିର କମିଟି ମାନଙ୍କ ପକ୍ଷ ରୁ ଭକ୍ତ ଙ୍କ ପାଇଁ ମାଗଣା ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଶାନ୍ତି ଶୃଙ୍ଖଳା ପାଇଁ କମିଟି, ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷ ରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ଶ୍ରାବଣ ସୋମବାର ରେ ଶିବ ପାର୍ବତୀ ଙ୍କୁ ଦର୍ଶନ ଓ ଜଳ ଲାଗି କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଭକ୍ତ ଙ୍କ ଦୃଢ଼ ବିଶ୍ୱାସ ରହିଛି l ଏବଂ ଦ୍ଵିତୀୟ ସୋମବାର ରେ ଚାରିଗୋଟି ସଂଯୋଗ ଯୋଗୁଁ ପାଣି ଢ଼ାଳିଲେ ମହା ପୁଣ୍ୟ ହୋଇ ଥାଏ ବୋଲି ବିଶ୍ୱାସ ରହିଛି ଯାହାକି ସେମାବତୀ ଅମାବାସ୍ୟା,ହରିଆଳି lଅମାବାସ୍ୟା,ରୁଦ୍ରା ଭିଷେକ ଓ ପୁନର୍ବସୁ ନକ୍ଷତ୍ର ସଂଯୋଗ ପଡୁଥିବାରୁ ସ୍ନାନ ଓ ଦାନ କଲେ ଆଜି ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଲୋକ ଙ୍କ ବିଶ୍ୱାସ ରହିଛି l