ରାୟଗଡା ଜିଲ୍ଲା ୬୬୨ ବର୍ଗ ମହା ବିଦ୍ୟାଳୟ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ।

ରାୟଗଡା,(ସିଦ୍ଧାର୍ଥ ଦାଶ): ଆଜି ରାୟଗଡା ଜିଲ୍ଲା ୬୬୨ ବର୍ଗ ମହା ବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ (ଆଙ୍ଗଳିଆ) ତରଫରୁ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ଆହ୍ବାନ କ୍ରମେ ଜିଲ୍ଲା ସଭାପତି ହୃଷିକେଶ ଜାଲି , ଉପ ସଭାପତି ଡ଼ଃ ପ୍ରଶାନ୍ତ ହୋତା , ସଂପାଦକ ସଞ୍ଜୟ ତ୍ରିପାଠୀ ଓ ତପନ ସାହୁ ଙ୍କ ତତ୍ବାବଧାନ ରେ ରାୟଗଡା ଜିଲ୍ଲାର ଅଧ୍ୟାପକ ଓ କର୍ମଚାରୀ ମାନେ ଚାରିଦଫା ଦାବି ନେଇ ସଂସ୍କୃତି ଭବନରୁ ଶାନ୍ତି ପୂର୍ଣ୍ଣ ଭାବେ ଏକ ରାଲିରେ ଆସି ଆଡିଶିନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ ରାୟଗଡା ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ସରକାର ଙ୍କ ୪୪୮ ଓ ୬୬୨ ବର୍ଗର ଅସଙ୍ଗତି ଓ ଅସମାନତା ସହ ଚାକିରୀ ସର୍ତ୍ତାବଳି ପ୍ରଦାନ , ସମାନ ଗ୍ରେଡ ପେ କୁ ସମାନ ଦରମା, ପେନସନ ପ୍ରଦାନ ଓ ୨୦୧୮ ଅଧ୍ୟାପକ କର୍ମଚାରୀ ଙ୍କୁ ସପ୍ତମ ବେତନ ଲାଗୁ ଇତ୍ୟାଦି ଦାବି ନେଇ ଗତ ୧୫୦ ଦିନ ହେଲା ଭୁବନେଶ୍ଵର ରାଜରାସ୍ତା ରେ ୬୬୨ ବର୍ଗ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି। ସରକାରଙ୍କ ନିରବତା ଓ ପକ୍ଷପାତ ନୀତିକୁ ବିରୋଧ କରି ଖରା ,ବର୍ଷା ଓ ଶୀତରେ ହଜାର ହଜାର କର୍ମଚାରୀ ବସି ରହିଛନ୍ତି । ଏଣୁ ପୁନର୍ବାର ସରକାର ଙ୍କୁ ଜିଲ୍ଲାପାଳ ଙ୍କ ଜରିଆ ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏକ କାଳୀନ ନିବେଦନ ପତ୍ର ଆଜି ପ୍ରଦାନ କରିଛନ୍ତି।

https://biplabnews.com/wp-content/uploads/2023/07/01.mp4