ଗୁଣପୁର : ୧୯୪୯ ମସିହାରେ ଜୁଲାଇ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ABVP ର ଆଜି ସାରା ଦେଶରେ ୭୫ ତମ ପ୍ରତିଷ୍ଠା ଦିବସ ପାଳନ କାରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ WISDOM କୋଚିଂ ସେଣ୍ଟର ଢେପ ସାହି ଠାରେ ଅଧ୍ୟାପକ ଦୁର୍ଗା କର ଙ୍କ ତତ୍ୱାବଧାନ ରେ ପରିଷଦ ର ପତାକା ଉତ୍ତୋଳନ କରାଯାଇଛି । ନଗର ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଲିମା ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶେଷ ସାଇ ସେନାପତି ମାର୍ଗଦର୍ଶନ କରିଥିଲେ । ରାୟଗଡ଼ା ଜିଲ୍ଲା ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ପୌରହିତ୍ୟ କରିବା ସହ ଉପସ୍ଥିତ ଶତାଧିକ କଲେଜ ବିଦ୍ୟର୍ଥୀ ବିଦ୍ୟାର୍ଥନୀ ମାନେ ” କାନ ଖୁଲି କରି ଶୁଣ ସରକାର , ପାଠ ପଢା ସଂଗେ କାମ ଦରକାର …” ଶିକ୍ଷା ନିମନ୍ତେ ରାଜ୍ୟ ବଜେଟ ରେ ୧୦ ପ୍ରତିଶତ ଅର୍ଥ ବରାଦ ଦାବୀ , ରାଜନୀତି କି ପଞ୍ଜୋ ସେ ଶିକ୍ଷା କୋ ଆଜାଦ କରୋ , ଖୁନ୍ ଭି ଦେଙ୍ଗେ ଯାନ ଭି ଦେଙ୍ଗେ ଦେଶ କି ମିଟି କଭି ନା ଦେଙ୍ଗେ ଭଳି ଦେଶ ଭକ୍ତି ସ୍ଲୋଗାନ ମାନ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାର୍ଥୀ ପରିଷଦ ର ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରାକ୍ଷି ଦାଶ , ଅଧ୍ୟାପକ ପୂଣ୍ୟ ଶ୍ଳୋକ ସାହୁ , ଅଧ୍ୟାପକ ଲକ୍ଷ୍ମୀ ମହାଙ୍କୁଡ , ସଂଯୋଜକ ବି ସତୀଶ କୁମାର , ବି କିରଣ , ବି ରବି କୁମାର ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ କରିଥିଲେ । ଏହି ଅବସର ରେ ସମସ୍ତ କାର୍ଯ୍ୟକର୍ତା ଓ ବିଦ୍ୟ।ର୍ଥୀ ମାନଙ୍କୁ ନେଇ ସ୍ଥାନୀୟ କପିଳପୁର ଠାରେ ବିଭିନ୍ନ କିସମ ର ବୃକ୍ଷ ଯଥା ନିମ , ବଉଳ , ଅଁଳା ଓ ବାଦାମ ଭଳି ଅନେକ ବୃକ୍ଷରୋପଣ ବଣ ବିଭାଗ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶିବାନୀ ପାତ୍ର ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ରେ କରାଯାଇଥିଲା ।