ମୁକ୍ତା ଯୋଜନା ର ସଫଳ ରୂପାୟନ ନେଇ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ।

ରାୟଗଡ,(ସିଦ୍ଧାର୍ଥ ଦାଶ) : ରାୟଗଡ ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ପରିଷଦ ଅଧିକାରୀ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ବିଷୟ ରେ ଲୋକାଭିମୁଖୀ କରିବା, ସ୍ଵଚ୍ଛତା ଅବଲମ୍ବନ କରିବା ସମ୍ପର୍କରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଓ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଡ଼. ସତ୍ୟ ସମ୍ପୂର୍ଣ୍ଣ ରାଉତ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ରାଜ୍ୟ ସରକାର ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହା ରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ରେ ଘୋଷଣା କରିଥିଲା । ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗ ଦର୍ଶିକା ଜାରୀ କରାଯାଇଥିଲା ।

https://biplabnews.com/wp-content/uploads/2023/07/eo-muncipality.mp4

ମୁକ୍ତା ଯୋଜନା କୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗ ରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ପୌର ପରିଷଦର ସମସ୍ତ ୱାର୍ଡ ମେମ୍ବର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ ରାଜ୍ୟ ସ୍ତରୀୟ ମୁକ୍ତା ସେଲ୍ ପକ୍ଷରୁ ରାଜ୍ୟ ସଂଯୋଜକ ଶ୍ରୀ ମନୋରଞ୍ଜନ ମହାରଣା ଓ ଶ୍ରୀ ଉପହାର ବେହେରା ଆସି ତାଲିମ ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩ – ୨୪ ନିମନ୍ତେ ଗୁଣପୁର ପୌର ପରିଷଦ କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ୫ କୋଟି ୩୪ ଲକ୍ଷ ଟଙ୍କା ୬୭ ପ୍ରକଳ୍ପ ନିମନ୍ତେ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ ର ପୌର ଯନ୍ତ୍ରୀ ଶ୍ରୀ ବିଶ୍ଵନାଥ ସାର୍କା, ଗୁଣପୁର ପୌର ପରିଷଦ ଅନ୍ତର୍ଗତ ମୁକ୍ତା ଯୋଜନା ର କନିଷ୍ଠ ଯନ୍ତ୍ରୀ ଶ୍ରୀ ରବୀନ୍ଦ୍ରନାଥ ଦାଶ , ଗୋଷ୍ଠୀ ସଂଗଠିକା ଶ୍ରୀମତୀ ସମାପିକା ପାତ୍ର , ସିଟି ମିଶନ୍ ମ୍ୟାନେଜର୍ ଶ୍ରୀ କୈଳାଶ ପରିଡ଼ା ଓ ମୁକ୍ତା ସଂଯୋଜକ ଶ୍ରୀ ଶ୍ରୀନିବାସ ବେହେରା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମିଶନ୍ ଶକ୍ତି ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

https://biplabnews.com/wp-content/uploads/2023/07/vice-chairman-.mp4