ଢେଙ୍କାନାଳ, ୨୮/୬: ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଆୟୋଜିତ ଭଜନ ସମାରୋହର ଆଜି ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟାଉନ୍ ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ଜଳନ କରି ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ବଂଶୀ ବାଦକ ଗଗନ ବିହାରୀ ନନ୍ଦ, ସମାଜସେବୀ ଅରୁଣ କୁମାର ସାହୁ, ସମାଜସେବୀ ନିରଞ୍ଜନ ସାହୁ, ସମାଜସେବୀ ନରେନ୍ଦ୍ର ବେହେରା ଓ ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୦ ଘଟିକାରୁ ଭକ୍ତି ଶ୍ରଦ୍ଧା ସଂଧ୍ୟା ଭଜନ ପକ୍ଷରୁ ଭଜନ ଆରମ୍ଭ ହୋଇଥିଲା । ଭଜନ ସଂଧ୍ୟା ପକ୍ଷରୁ ପ୍ରଦୀପ କୁମାଶ “ଝୁଲ୍ ନିତାଇ ଝୁଲ, କୁମାର ମିଲୁ ‘ସେ ଗଉଡ ପୁଅ’, ଗଣେଶ ମିଶ୍ର, ସୁବାସ ଦାସ ‘ତୋର ମୋର ଭାବ କିଏ ବା କାଇଁ ବୁଝିବ’, ସାହୁ ‘ମୁଁ ଯେ ଲାଜରେ ଚାହିଁ ପାରୁନି’, ସର୍ବପ୍ରଭା ମହାନ୍ତି ‘ରଥ କହେ ମୁଁ ଦେବତା’, ଅନନ୍ୟା ପ୍ରଦର୍ଶିନୀ ହୋତା ‘ବନ୍ଦ ଦାଣ୍ଡରେ ଜଗା ଝୁଲି ଝୁଲି ଆସେ’ ଅତ୍ୟାଦି ସୁମଧୁର ଭଜନରେ ସ୍ରୋତାମାନେ ଶ୍ରବଣ କରି ବିଭୋର ହୋଇଥିଲେ । କି-ବୋର୍ଡରେ ହରିପ୍ରସାଦ ଓ ରୁଦ୍ର, ତାବଲା ରେ ଟି. ପ୍ରଦୀପ, ଢୋଲକ ରେ ମୁନା ଓ ଅକ୍ଟୋ ପ୍ୟାଡ଼ରେ ରାଜୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଭଜନ ସଂଧ୍ୟାକୁ ଅନୁଷ୍ଠାନ ପକ୍ଷରୁ ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସଂପାଦକ ସାଗିର ମହମ୍ମଦ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ତଥା ସହ ସଂଯୋଜକ ଅବନୀ କୁମାର ମିଶ୍ର, ଉପସଭାପତି ସରୂପା ନନ୍ଦ ବାସ, ସଭ୍ୟ ରମେଶ କୁମାର ଦଳେଇ, ଶିଶିର ଦଳେଇ, କୁନା ପ୍ରଧାନ, ଅଥାନି ସାହୁ, ସୁଶାନ୍ତ ଜେନା, କୃଷ୍ଣ କୁମାର ସାହୁ, ବଳରାମ ନାୟକ, ସଂଗ୍ରାମ କିଶୋର ପାଣି, ଅମିତ୍ ସାହୁ, ଅଶୋକ ସାହୁ, ରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁଶାନ୍ତ ପାଣି ମଂଚ ପରିଚାଳନା କରିଥିଲେ ।