ଲୋକ କଳା ଦିବସ – ୨୦୨୩ କାଶୀପୁର ।

ରାୟଗଡା, (ପ୍ରଫୁଲକୁମାର ବେହେରା) : ଦିନକୁ ଦିନ ଓଡ଼ିଶାର ପୁରପଲ୍ଲୀରେ ସର୍ବତ୍ର ପ୍ରସିଦ୍ଧି ଲୋକ କଳା ବିଲୁପ୍ତ ହୋଇ ଆସୁଥିବା ବେଳେ ,ଆଞ୍ଚଳିକ ଲୋକକଳା ର ପ୍ରସାର ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୨୦୧୧ ମସିହାରେ ଏକ ସଂଘ ନିର୍ମାଣ କରାଯାଇ ଲୁଚି ଯାଉଥିବା ଲୋକ କଳା କୁ ଲୋକଲୋଚନକୁ ଆଣିବାର ପ୍ରାୟସ ନିମନ୍ତେ ରାଜ୍ୟର ପ୍ରତେକ ବ୍ଲକରେ ଲୋକକଳା ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଲୋକକଳା ଦିବସ ୨୦୨୩ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ କାଶୀପୁର ବ୍ଲକ ର ୧୪ ଟି କଳାକାର ଦଳ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆସି ଲୋକକଳା ମହୋତ୍ସବରେ ଅଂଶଗ୍ରହଣ କରି ଅଞ୍ଚଳରେ ଲୁଚି ଯାଉଥିବା ପାରମ୍ପରିକ ଲୋକ ନୃତ୍ୟକଳା ପରିବେଷଣ କରିଥିଲେ । ଏହି ରମାଞ୍ଚକର ବାଦ୍ୟ ନୃତ୍ୟର ବତାବରଣରେ ଅତିରିକ୍ତ ବ୍ଲକ ଅଧିକାରୀ ଶ୍ରୀମତୀ ପଦ୍ମିନୀ କହଁର, ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀ ,ବ୍ଲକ BJD ସଭାପତି ବିନୋଦ ନାଏକ, ଜିଲ୍ଲା କଳାକାର ସଂଘ ସଭାପତି ସନ୍ତୋଷ ବଚ୍ଚ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ କୁମରିକାଙ୍କ ସମେତ ବ୍ଲକ କର୍ମଚାରୀ ମାନେ ପାରମ୍ପରିକ ଢେମଶା ନାଚକରି ଆସିଥିବା କଳାକାର ଓ ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ଏବଂ କଳାକାର ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ ।

https://biplabnews.com/wp-content/uploads/2023/06/loka-kala-dibas.mp4

ପଶ୍ଚାତାପର ବିଷୟ ହେଲା ! ସମଗ୍ର ରାଜ୍ୟରେ ରାୟଗଡା ଜିଲ୍ଲା ଏକ ବିଶାଳ ଅଧିବାସୀ ବହୁଳ ଜିଲ୍ଲା ମାନଙ୍କ ମଧ୍ୟରେ ଅନ୍ୟତମ ! ଏହି ଜିଲ୍ଲାରେ ଆଦିମ କାଳରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ସମ୍ପ୍ରଦାୟର ଲୋକଙ୍କ ବିଭିନ୍ନ ଚାଲିଚଳନ, ଭାଷା, ତାଙ୍କ ପରିଧାନ ଏବଂ ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପର୍ବପର୍ବାଣୀ ଅତି ନିଆରା ଢଙ୍ଗରେ ପାଳିତ ହୋଇଥାଏ । ଆଜିକାର ଦିନରେ ଏହି ସବୁ ପରମ୍ପରା ବିଭିନ୍ନ କାରଣରୁ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଲାଣି । ଏହି କାରଣରୁ ସରକାରଙ୍କ ହୃଦବୋଧ କ୍ରମେ ଲୋକ କଳା ଦିବସ ପାଳନ କରାଯାଉଛି ।