ଗୁଣପୁର,(ସିଦ୍ଧାର୍ଥ ଦାଶ): ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ଭାଇସ ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ,ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ,ପ୍ରଫେସର ଲକ୍ଷ୍ମୀନାରାୟଣ ସାହୁ, ପ୍ରଫେସର ରାଜେଶ ଗଙ୍ଗା ଙ୍କ ସମେତ ରାଜିବ ପଣ୍ଡା, ଦିବାକର ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ରିପୁନ ମହାନ୍ତି ,ଜୁଜା ବିଡିକା ପ୍ରମୁଖ କଲେଜ ପରିସରରେ ଯୋଗ କରିଥିଲେ । ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି ସ୍ବାସ୍ଥ୍ୟ ପାଇଁ ଯୋଗର ଉପକାରିତା ବିଷୟରେ କହିଥିଲେ ।ସେହିପରି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଯୋଗ କରିବା ଦ୍ବାରା ସ୍ବାସ୍ଥ୍ୟ କିପରି ସୁସ୍ଥ ରହୁଛି ଓ ଯୋଗ ସାଧନ କରିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ଦାଉରୁ ନିଜକୁ ରକ୍ଷା କରିବା ସହ ନିଜ ଆତ୍ମୀୟ ସ୍ୱଜନ ଙ୍କୁ ଯୋଗ କରିବା ସହ ସମସ୍ତଙ୍କୁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ଦିଗରେ ମଧ୍ୟ ଏହା ସହାୟକ ହୋଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟକୁ ଯୋଗ କରିବାକୁ ଆବଶ୍ୟକ ବୋଲି କହିଥିଲେ ।