ଟି.ପି.ଏସ.ଓ.ଡ଼ି.ଏଲ ର ଖାମ ଖିଆଲି ଯୋଗୁଁ ଘଟିଲା ବଡ ଅଘଟଣ ; ଅଳ୍ପକେ ବର୍ତ୍ତିଲେ ସାଧାରଣ ଜନତା …!

ଗୁଣପୁର : (ସିଦ୍ଧାର୍ଥ ଦାଶ) :- ଆଜି ରାୟଗଡ଼ ଜିଲ୍ଲା ଗୁଣପୁର ଅନ୍ତର୍ଗତ ସ୍ଥାନୀୟ ବୃନ୍ଦାବତୀ ନଗର ଠାରେ ଟି.ପି.ଏସ.ଓ.ଡ଼ି.ଏଲ (TPSODL) ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହିଭଳି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପୋଲ ରୁ ନିଆଁ ବାହାରି ଘଟିଲା ବଡ଼ ଅଘଟଣ । ଚାହୁଁ ଚାହୁଁ ଅଳ୍ପକେ ବର୍ତ୍ତିଲା ୬ ଜୀବନ । ସୂଚନା ମୁତାବକ ଜିଓ ସିମ୍ କମ୍ପାନୀର ୫ଜି ଫାଇବର କାର୍ଯ୍ୟ ପାଇଁ ଆଜି ଗୁଣପୁର ର ବୃନ୍ଦାବତୀ ନଗର ଲେନ-୧ ଠାରେ ତାର ସଂଯୋଗ ହୋଇଥିବା ବିଦ୍ୟୁତ୍ ପୋଲ ନମ୍ବର – ଏ/୫୫୦ ତିନି ମାସ ପୂର୍ବେ ପୋଲ ର କନେକ୍ସନ ଠାରେ ଚଢ଼େଇ ମାନେ ଘର କରୁଥିବା ଯୋଗୁଁ ସେଠାରେ ବିଦ୍ୟୁତ୍ ସ୍ପାର୍କ ହୋଇ ନିଆଁ ବାହାରିଥିଲା । ନିମ୍ନ ମାନର କାର୍ଯ୍ୟ ହୋଇଥିବା , ବିଦ୍ୟୁତ୍ ପୋଲ ର ବାରମ୍ବାର ସେଭଳି ନିଆଁ ବାହାରୁଥିବା ଏବଂ ମେଣ୍ଟେନାନସ ନାମ ରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଭଳି ବିଷୟ କୁ ନେଇ ଗୁଣପୁର ଜନସାଧାରଣ ବାରମ୍ବାର ବିଭାଗୀୟ ଏସ୍. ଡି. ଓ ଏବଂ ଜେଇ ଙ୍କୁ ଅଭିଯୋଗ କରିଆସୁଥିଲେ ହେଁ ସବୁକିଛି ଜାଣିଶୁଣି ଚୁପ୍ ହୋଇ ବସିଛନ୍ତି ବଡ ବାବୁମାନେ । ଆଜି ଉକ୍ତ ରାସ୍ତା ଦେଈ ୬ ଜଣ ବ୍ୟକ୍ତି ଯାଉଥିବା ବେଳେ ହଟାତ୍ ପୋଲ ରୁ ନିଆଁ ବାହାରି ତଳେ ପଡିବାକୁ ଲାଗିଲା । ଉକ୍ତ ବ୍ୟକ୍ତି ମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ସେଠାରୁ ଦୌଡ଼ି ଯାଇ ଅନ୍ୟତ୍ର ଅବାକ୍ ହୋଇ ଠିଆ ରହିଲେ । ଜନ ସାଧାରଣ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ ବିପଦ। ପ୍ରତ୍ୟେକ ଥର ଭଗବାନ ହିଁ ବିଦ୍ୟୁତ୍ ବିଭାଗ ଠାରୁ ଏପରି ଗୁଣପୁର ବାସୀ ଙ୍କୁ ରକ୍ଷା କରିବେ ନା ବିଦ୍ୟୁତ୍ ବିଭାଗ ଅଧିକାରୀ ଏଥି ନିମନ୍ତେ କଣ ପଦକ୍ଷେପ ନେବେ ବୋଲି ବୁଦ୍ଧିଜିବୀ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି ।

https://biplabnews.com/wp-content/uploads/2023/06/ELECTRIC.mp4