ବବି ଙ୍କ କଥା କୁ ଅକ୍ଷରେ ପାଳନ କଲେ ବିଜୁ କର୍ମୀ ; ୧୧ ମିନିଟ ରେ ଭାଷଣ ସାରି ଫେରିଗଲେ ପାଣ୍ଡିୟାନ  !

ଗୁଣପୁର,(ସିଦ୍ଧାର୍ଥ ଦାସ): ବହୁ ଅପେକ୍ଷା ର ଆଜି ଅନ୍ତ ଘଟିଛି । ଦୀର୍ଘ ୩ ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିୟାନ ଙ୍କ ଗୁଣପୁର ଗ୍ରସ୍ଥ କୁ ନେଇ ଚଳଚଞ୍ଚଳ ଗୁଣପୁର ପ୍ରଶାସନ । ପାଣ୍ଡିୟାନଙ୍କ ଗ୍ରସ୍ଥ ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି) ଓ ରାୟଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୂର୍ବ ପ୍ରସ୍ତୁତି କାର୍ଯ୍ୟ କିପରି କରାଯିବ ତାହା ନେଇ ଆଲୋଚନା ପର୍ଯ୍ୟାଲୋଚନା ଚଳାଇଥିଲେ । ପାଣ୍ଡିୟାନ ଙ୍କ ଗୁଣପୁର ଗ୍ରସ୍ଥ ସମୟ ରେ ସଭା ସ୍ଥଳ ରେ ୪୦୦୦ କିମ୍ବା ତଦୁର୍ଦ୍ଧ ଜନ ସମାଗମ କରାଇବା , ସଭା ସ୍ଥଳ ରେ ଗ୍ରୀଷ୍ମ ର ପ୍ରବାହ ଦୂର କରିବା ପାଇଁ ୨୦ ଗୋଟି ଏୟାର କୁଲର୍ ଏବଂ ୨୦ ଗୋଟି ଷ୍ଟାଣ୍ଡ ପଙ୍ଖା ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବିଶ୍ଵସ୍ଥ ସୂତ୍ର ରୁ ସୁଚନା ମିଳିଥିବା ବେଳେ ଗତକାଲି ର ସମାରୋହ ରେ ବିଭିନ୍ନ ପ୍ରକାର ବସ୍ , ଟ୍ରାକ୍ଟର , ପିକପ୍ ଭେନ୍ ଦ୍ଵାରା ଜିନିଷ ବୁହା ହେବା ଭଳି କେବଳ ମିଶନ ଶକ୍ତି ଓ ଏସ ଏଚ ଜି ମହିଳା ଗୃପ ର ମହିଳା ମାନଙ୍କୁ ଅଣାଯାଇଥିଲା ହେଲେ ଆସବାବ ପତ୍ର ଗୁଡ଼ିକ ସ୍ୱଳ୍ପ ପରିମାଣ ରେ ବ୍ୟବହାର କରାଯାଇଥିଲା ବୋଲି ସାଧାରଣ ରେ କୁହା ବୋଲା ହେଉଥିବା ଦେଖିବାକୁ ମିଳିଥିଲା । ସମାରୋହ ଅନୁଷ୍ଠିତ ହେଉଥିବା ସ୍ଥଳ ରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ସାମ୍ୱାଦିକ ନିମନ୍ତେ ଖବର ପରିବେଷଣ କରିବାକୁ ଅନୁମତି ଦିଆଯାଇନଥିବା ବେଳେ ସେମାନଙ୍କୁ ଅପମାନିତ କରି ଘଣ୍ଟା ଘଣ୍ଟା ଠିଆ କରାଯାଇ ବସିବାକୁ ଦିଆଯାଇନଥିଲା । ପାଣ୍ଡିୟାନ ଙ୍କ ଗ୍ରସ୍ତ ସମୟ ରେ ଗୁଣପୁର ଜନ ସାଧାରଣ ଙ୍କ ଦ୍ଵାରା ବହୁ ସମସ୍ୟା କୁ ନେଇ ରୁ ପ୍ରାୟ ୨୦୦ ଦାବୀ ପତ୍ର କୁ ପାଣ୍ଡିୟାନ କେତେଦୂର କାର୍ଯ୍ୟକ୍ଷମ କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଗୁଣପୁର ଗସ୍ତ କରି ଅନେକ ନୂଆ ଆଶା ଓ ବିକାଶର ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ଫେରିଯାଇଛନ୍ତି। ପ୍ରଥମେ ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତିକରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ କିନ୍ତୁ ଗୁଣପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ କିମ୍ବା କୌଣସି କର୍ମଚାରୀ ଙ୍କୁ ସେଠାକୁ ଡକାଯାଇନଥିବା ପରିତାପ ର ବିଷୟ । ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନ ସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ। ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫-ଟି ଅଧୀନକୁ ନିଆ ଯିବା ଏବଂ ଖୁବ୍ ଶୀଘ୍ର ସେଗୁଡିକ ରେ ନୂତନ କୋଠା ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ। ଶେଫାଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଏବଂ ୬ ମାସ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଫାଳି ପାହାଡ଼ ରାସ୍ତା ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ ୧୨୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ।