ଢେଙ୍କାନାଳ, ୦୮/୦୬(ଶୁଭମ ପାଣି) : ଢେଙ୍କାନାଳ ଟାଉନ୍ ଆନନ୍ଦ ନଗର କାଠଗଡାସ୍ଥିତ ଆଜି ଗୌରବ ଇଭି ମୋଟରର ନୂତନ ସୋ-ରୁମ୍ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥ୍ ଭାବେ ସଦର ବିଡିଓ ସୁଧର ନାୟକ ଉପସ୍ଥିତ ରହି ଏହାକୁ ଉଦ୍ଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ବ୍ଲକ୍ ଅଂଚଳରେ ଗାଡି ସୋ-ରୁମ୍ ଖୋଲିବା ଦ୍ବାରା ଏହାର ବହୁତ ପ୍ରଭାବ ପଡିବ, ସରକାର ବି ଚାହୁଁଛନ୍ତି ସମସ୍ତେ ଇଲେକ୍ଟ୍ରୋନିକ୍ସ୍ ଗାଡି ବ୍ୟବହାର କରନ୍ତୁ ଓ ସମସ୍ତ ଏମ୍କେ ଓ ସିଆର୍ପି, ଏସ୍ଏଚ୍ଜି ମାନେ ଏହାକୁ ମଧ୍ୟ ବ୍ୟବହାର କରିପାରିବେ । ସରକାର ଏଥିପାଇଁ ସ୍କିମ୍ ମଧ୍ଯ ବାହାର କରିଛନ୍ତି, ଯାହାକି ୧୫ଲକ୍ଷ ଟଙ୍କା ବିନା ସୁଧରେ ଋଣ ନେଇପାରିବେ । ପେଟ୍ରୋଲ୍ ଖର୍ଚ୍ଚ ଅଧିକ ହେଉଥିବାରୁ ଏହାର ବ୍ୟବହାରରେ କମ୍ ଖର୍ଚ୍ଚ ହେବ ଓ ପଲୁସନ୍ କମିବ । ସମ୍ମାନିତ ଅତିଥ୍ ଭାବେ ସଦର ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରତିନିଧି ସୁଧିର ନାୟକ, ଉପାଧ୍ୟକ୍ଷ କାଳନ୍ଦୀ ବାରିକ, ସହକାରୀ ଯନ୍ତ୍ରୀ ମନ୍ମଥ ଆଚାର୍ଯ୍ୟ, ସମିତିସଭ୍ୟ ଦିଲ୍ଲୀପ ସାମଲ, ସୁବାଷ ପୃଷ୍ଟି, କନିଷ୍ଠ ଯନ୍ତ୍ରୀ ବିନୟ ପରିଡା ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନକୁ ସଫଳ କରାଇଥିଲେ ।କ୍ବାଣ୍ଟମ୍ ଓ ସ୍କୁଟର କମ୍ପାନୀର ପୂର୍ବଭାରତ ଅଂଚଳର ଆଂଚଳିକ ମୁଖ୍ୟ ଚନ୍ଦନ ପ୍ରସାଦ ଉପସ୍ଥିତ ଥିବାବେଳେ ସୋ-ରୁମର ମାଲିକ ପ୍ରମୋଦ ଜେନ୍ ଓ ପ୍ରଦୀପ ଜେନ୍ ଉପସ୍ଥିତ ରହି ଗାଡି ବିଷୟରେ ଓ ବ୍ୟାଟେରୀର କ୍ଷମତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହା ସଂପୂର୍ଣ୍ଣ ଭାରତରେ ପ୍ରସ୍ତୁତ ବୋଲି କହିଥିଲେ । ଏହାର ଶାଖା ଅନ୍ୟ ଜିଲ୍ଲା ଅନୁଗୁଳ, ଭଦ୍ରକ, ବାଲେଶ୍ଵର, ସମ୍ବଲପୁର ଓ ଝାରସୁଗୁଡାରେ ରହିଅଛି ଓ ଏହା ଢେଙ୍କାନାଳରେ ପ୍ରଥମ ।