ଓକିଲ ସଂଘ ତରଫରୁ ଦୀପଦାନ

ଢେଙ୍କାନାଳ, ୬/୬: ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଅଛି । ସଂଘର ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହନୁମାନ ବାଟିକା ଠାରେ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ପ୍ରଶାନ୍ତ କୁମାର ସାହୁ, ଆଇନ୍‌ଜୀବୀ ସିବସାର ମହାପାତ୍ର, ଦେବାଶିଷ ମିଶ୍ର, ବିଧାନଚନ୍ଦ୍ର ସାହୁଙ୍କ ସମେତ ବହୁ ଆଇନ୍‌ଜୀବୀ ଯୋଗଦେଇଥିଲେ ।