ଚିଲିକା-୦୫/୦୬(ବିନୁ ଦାସ୍) : ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନରେ ଆଜିଠାରୁ ରହଣୀ କରିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ।ସୋମବାର ସକାଳେ ଆନୁଷ୍ଠାନିକ ଭାବେ ରାଜ୍ୟରାଣୀ ଏକ୍ସପ୍ରେସ କୁ ଉଦଘାଟନ କରିଥିଲେ ପୁରୀ ଲୋକସଭା ପାର୍ଥି ତଥା ଭାରତୀୟ ଜନତା ପାର୍ଟି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ଏବଂ ଚିଲିକା ମାଟିର ଲଢ଼ୁଆ ନେତା ପୃଥ୍ୱୀରାଜ ହରିଚନ୍ଦନ ଙ୍କର ସହଯୋଗ ରେ ରେଲ ୟୁଜର୍ସ ଆସୋସିଏସନ କାଳୁପଡ଼ା ଘାଟ ର ସଭାପତି ପ୍ରଫେସର ଚନ୍ଦ୍ରକାନ୍ତ ପାଇକରାୟ ଏବଂ ଶହ ଶହ ସଂଖ୍ୟା ରେ ଉତ୍ସାହିତ ଅଞ୍ଚଳବାସୀ ଟ୍ରେନ ରହଣୀ କୁ ସ୍ୱାଗତ କରିଥିଲେ।
ଏହି ସମାବେଶରେ ବିଗତ ଦୁଇ ଦିନ ତଳେ ବାଲେଶ୍ଵର ବାହାନଗା ରେ ହୋଉଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ମୃତକ ମାନଙ୍କ ଉଦ୍ୟେଷ୍ୟ ରେ ସମ୍ବିତ ପାତ୍ର ଙ୍କର ଦ୍ୱାରା ନିରବ ପ୍ରାର୍ଥନା ଏବଂ ସମୂହ ଦୀପ ଦାନ ଶ୍ରଦ୍ଧାଞ୍ଜଳି କରିଥିଲେ।ଗୁରୁତର ଆହତ ଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ପ୍ରଭୁ ଜଗନ୍ନାଥ ଙ୍କ ଉଦ୍ୟେଷ୍ୟ ରେ ହରିବୋଲ ହୁଳହୁଳି ଦେଇ ଟ୍ରେନ ରହଣୀ କୁ ସ୍ୱାଗତ କରିଥିଲେ ଅଞ୍ଚଳବାସୀ।ଏହି କାର୍ଯ୍ୟକ୍ରମ ରେ ରଣପୁର ବ୍ଲକ ଅଧ୍ଯକ୍ଷା ନିର୍ମଳା ବେହେରା, ତାପସ ରଞ୍ଜନ ମାର୍ଥା, ସରପଞ୍ଚ ଜରିପଡ଼ା ଶ୍ରୀମତୀ ଦିପୁନା ବେହେରା, କଳ କଳେଶ୍ୱର ସରପଞ୍ଚ ଜୋତ୍ସ୍ନାରାଣୀ ଜେନା,ଦିନବନ୍ଧୁ ସାହୁ,ଗଙ୍ଗାଧର ପ୍ରଧାନ,ନରେନ୍ଦ୍ର ବିଶ୍ୱାଳ,ତ୍ରିଲୋଚନ ସାହୁ,ସାରଙ୍ଗ ବିଶ୍ୱାଳ,ଯୁବ ସାମ୍ବାଦିକ ବିନୁ ଦାସ୍, ରଘୁନାଥ ସାହୁ ,ମନୋଜ ପଟନାୟକ,ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ,ପୂର୍ବତନ ଚିଲିକା ବ୍ଲକ ଚେୟାର ମ୍ୟାନ ତଥା ବରିଷ୍ଠ ବୁଦ୍ଧିଜୀବୀ ଲଳିତ ମୋହନ ପଟ୍ଟନାୟକ,ମହେଶ ନାୟକ,ଦିଲ୍ଲୀପ ନାଥ,ଦୀପକ ନାଥ,ମନୋଜ ମହାନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତ ରେ ହଜାର ହଜାର ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଏହି ରହଣୀ କାର୍ଯ୍ୟକ୍ରମ ରେ ରେଲ ୟୁଜର୍ସ ଆସୋସିଏସନ ର ସଭାପତି ଚନ୍ଦ୍ରକାନ୍ତ ପାଇକରାୟ କହିଥିଲେ କି ଆମେ ବାରମ୍ବାର କେନ୍ଦ୍ର ସରକାର ଙ୍କୁ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ପାଇଁ ଦାବି କରୁଛୁ କିନ୍ତୁ ଆମକୁ ପ୍ରଶାନ୍ତି ଏକ୍ସପ୍ରେସ ବଦଳରେ ରାଜ୍ୟରାଣୀ ଏକ୍ସପ୍ରେସ ଦିଆଯାଇଛି ଏଥିପାଇଁ ଆଗକୁ ଏକ ବଡ଼ ଆନ୍ଦୋଳନ ଦେଖା ଦେଇପାରେ କିନ୍ତୁ ରାଜ୍ୟରାଣୀ ଟ୍ରେନ ରହଣୀ ଅଞ୍ଚଳ ବାସୀ ସୁବିଧା ପାଇବେ ଯାହା ଫଳରେ ଗୁଣୁପୁର ଏବଂ ରାଉରକେଲା ସହିତ ରେଳ ସେବା ଆରମ୍ଭ ହୋଉଥିବାରୁ ଡଃ ସମ୍ବିତ ପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେହିଭଳି ଭାବରେ ଆମ ପ୍ରତିନିଧିଙ୍କୁ ସମ୍ବିତ ପାତ୍ର କହିଥିଲେ କି ଦୁଇ ମାସ ଭିତରେ ନିଶ୍ଚିତ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କରିବ ଏବଂ ଅଞ୍ଚଳ ବାସୀ ଙ୍କ ଭଲ ପାଇବା ଟ୍ରେନ ରଖିବାରେ ସହାୟକ ହେବ। ରାଉରକେଲା-ଗୁଣୁପୁର ପ୍ରତିଦିନ ସକାଳ ୦୭:୧୩ ହୋଇଥିବା ବେଳେ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ କାଳୁପଡ଼ା ଘାଟ ରେ ପ୍ରତିଦିନ ରାତ୍ର ୦୮:୪୮ ରେ ପହଂଚିବ।ଏଥିପାଇଁ ଯାତ୍ରୀମାନେ ସୋମବାର ଠାରୁ ରିଜରଭେସନ ଏବଂ ତତ୍କାଳୀନ ଟିକେଟ କାଟି ଯାଇପାରିବେ।