ଗୁଣପୁର ଠାରେ ଶ୍ରୀଜୀଉ ଙ୍କ ଦେବସ୍ନାନ ପୂର୍ଣ୍ଣିମା ମହା ଆଡମ୍ବର ରେ ପାଳିତ ।

ରାୟଗଡ଼ା,(ସିଦ୍ଧାର୍ଥ ଦାଶ) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ତଲାରି ଶ୍ରୀ କ୍ଷେତ୍ର ନାମ ରେ ପ୍ରସିଦ୍ଧ ଓଡ଼ିଶା ର ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ର ରତ୍ନ ସିଂହାସନ ଭିତରେ ଠାକୁର ଙ୍କ ଆରତୀ ପରେ ପହଣ୍ଡି ରେ ଟାହ୍ୟା କୁ ଝୁଲେଇ ଝୁଲେଇ ଶ୍ରୀଜିଉ ଙ୍କୁ ସେବାୟତ ମାନେ ସ୍ନାନ ମଣ୍ଡପ କୁ ପାଛୋଟି ଆଣିଥିଲେ । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ପୂଜକ ମନୋଜ ପାଢ଼ୀ , ଶ୍ରୀମନ୍ଦିର ସୁଆର ସୁଦାମ ପାଢ଼ୀ , ବ୍ରାହ୍ମଣ ସାହି , କଟିକା ସାହି ଓ ପୁରୁଣା ଗୁଣପୁର ବ୍ରାହ୍ମଣ ସାହି ର ସମସ୍ତ ସେବାୟତ ଯଥା ରୀତି ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ର ପ୍ରସ୍ତୁତି କାର୍ଯ୍ୟ ଆୟୋଜନ କରିଥିଲେ । ପରମ୍ପରା ଅନୁଯାୟୀ ବ୍ରହ୍ମାଶ୍ରୀ ଗୁପ୍ତେଶ୍ୱର ରଥଶର୍ମା ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ୧୦୮ କଳସ ଜଳ ଏବଂ ପଇଡ ରେ ସ୍ନାନ କରି ଚନ୍ଦନ କସ୍ତୁରୀ ଆଦି ଲାଗିହୋଇ ସ୍ନାନ ମଣ୍ଡପ ରେ ବିରାଜମାନ ହୋଇଥିଲେ । ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଗଜାନନ ବେଶ ରେ ସୁସଜ୍ଜିତ କରି ସ୍ନାନବେଦି ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ । ଗୁଣପୁର ଏବଂ ଏହା ର ଆଖ ପାଖ ଅଞ୍ଚଳ ରୁ ବହୁ ଭକ୍ତ ଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥିଲା । ଗୁଣପୁର ଦେବତ୍ତୋର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜିଉ ସ୍ନାନ ମଣ୍ଡପ ରୁ ଅଣସର ଗୃହକୁ ଯିବେ ।

https://biplabnews.com/wp-content/uploads/2023/06/01.mp4
https://biplabnews.com/wp-content/uploads/2023/06/03.mp4
https://biplabnews.com/wp-content/uploads/2023/06/02.mp4