ସମୂହ ଛୁଟି ରେ ଗଲେ ଅମଲା ; ଚତୁର୍ଥ ଦିନ ରେ ଅମଲା ଙ୍କ ଅନଶନ ।

ଗୁଣପୁର,(ସିଦ୍ଧାର୍ଥ ଦାଶ): ଗୁଣପୁର ଉପଖଣ୍ଡ ର ସମସ୍ତ ଅମଲା ଜୁନ୍ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ରେ ଯାଇଛନ୍ତି । କନିଷ୍ଠ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଟଙ୍କା ଗ୍ରେଡ୍ ପେ ଦାବୀ ପୂରଣ ନହେବା ରୁ ଅମଲା ମାନେ ଏହି ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ , ଆଇ ଟି ଡି ଏ , ଆଇ ସି ଡ଼ି ଏସ୍ , ଗ୍ରାମ୍ୟ ଉନ୍ନୟନ ଓ ଜଳ ସେଚନ ବିଭାଗ ର ସମସ୍ତ ଅମଲା ଏଥିରେ ସାମିଲ ହେବା ସହ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଅମଲା ମାନେ ଧାରଣା ଦେଉଥିବା ରୁ ସମସ୍ତ ସରକାରୀ ଦପ୍ତର ରେ କାର୍ଯ୍ୟ ଠପ୍ ହୋଇଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅମଲା ମିଳିତ ସଂଘ ଜିଲ୍ଲା ସଭାପତି କହିଛନ୍ତି ଯେ ଦୀର୍ଘ ୬ ବର୍ଷ ହେବ ଉକ୍ତ ଦାବୀ ହେଉଥିଲେ ହେଁ ସରକାର ଏହି ଦାବୀ ପୂରଣ ରେ ବିଫଳ ହୋଇଛନ୍ତି । ଯଦି ସରକାର ଆମ ଦାବୀ କୁ ମାନି ନେଇ ଆମକୁ ଗ୍ରେଡ ପେ ରେ ବୃଦ୍ଧି କରାଯିବ ବୋଲି ନୋଟିଫିକେଶନ ବାହାର କରି ଗଣମାଧ୍ୟମ ରେ ପ୍ରେସ ବିବୃତି ଦିୟନ୍ତି ତେବେ ଆନ୍ଦୋଳନ ରୁ ଓହ୍ଲାଇ ସରକାରୀ କାର୍ଯ୍ୟ ରେ ପୂର୍ବ ଭଳି ସହଯୋାଗ କରାଯିବ । ଆଜି ର ଉକ୍ତ ଆନ୍ଦୋଳନ ରେ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପାଢୀ , ଆବାହକ ଶ୍ରୀ ଚିତ୍ତ ରଂଜନ ମହାପାତ୍ର , ଜିଲ୍ଲା ଅମଲା ସଂଘ ସମ୍ପାଦକ ଶ୍ରୀ ଗୋପୀନାଥ ରାଉତ , ରାଜସ୍ବ ଅମଲା ସଂଘ ସମ୍ପାଦକ ଶ୍ରୀ ସନ୍ତୋଷ ନିମଲା , ଜିଲ୍ଲା ସଂଘ ସଦସ୍ୟ ଶ୍ରୀ ମାନସ ସାହୁ , ଶ୍ରୀ ରଂଜିତ ମେଲେକା, ଉପଖଣ୍ଡ ସଦସ୍ୟ ଶ୍ରୀ ଅଜୟ ନାହାକ , ବସନ୍ତ ବେହେରା , ପ୍ୟାରୀ ମୋହନ ପାଣିଗ୍ରାହୀ , ଭି ଶ୍ରୀନୁ, ଶ୍ରୀମତୀ ରଂଜିତା କାର୍ଜି , ଶ୍ରୀମତୀ ସଂତୋଷି ବାଉରୀ ଙ୍କ ସମେତ ଅନ୍ୟ ଅମଲା ମାନେ ଉପସ୍ଥିତ ରହିଥିଲେ ।

https://biplabnews.com/wp-content/uploads/2023/06/VID-20230604-WA0031.mp4