କଳାହାଣ୍ଡି (ଅରୁଣ କୁମାର ସାହୁ) – ଆଜି OBC-ST-SC ମିଳିତ ମହାସଂଘ କଳାହାଣ୍ଡି ତରଫରୁ ଧର୍ମଗଡ଼ ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଥିଲା ଓ ସଂଗଠନ ତରଫରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଆଠ ଦଫା ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା, ଦାବୀ ମଧ୍ୟରେ ପ୍ରମୁଖ ଭାବେ- ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ତଥା ସରକାରୀ ନିଯୁକ୍ତିରେ OBC-ST-SC ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ପ୍ରଦାନ, ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ ଚୟନ କରିବା, ଶିକ୍ଷାର ଘରୋଇକରଣ କୁ ବନ୍ଦ କରିବା, CT, BEd,ଓ ବିଶ୍ୱ ବିଦ୍ୟାଳୟ ନାମ ଲେଖାରେ ଜିଲ୍ଲାର 90% ଛାତ୍ର ଛାତ୍ରୀ ପାଇଁ ସ୍ଥାନ ସଂରକ୍ଷଣ କରିବା, +2 ଓ +3 ନାମ ଲେଖାରେ ସମ୍ପୃକ୍ତ କଲେଜ ଅଂଚଳର ଛାତ୍ର ଛାତ୍ରୀ ପାଇଁ 90% ସ୍ଥାନ ସଂରକ୍ଷଣ କରିବା, ପ୍ରତିବର୍ଷ ଏହିବର୍ଗର 100 ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପ୍ରଶାସନିକ ପରୀକ୍ଷା ପାଇଁ ମାଗଣାରେ କୋଚିଂ ବ୍ୟବସ୍ଥା କରିବା,ପ୍ରତିବର୍ଷ ଏହିବର୍ଗ ର 100 ଛାତ୍ର ଛାତ୍ରୀଙ୍କୁ ବିଦେଶରେ ପାଠ ପଢିବାକୁ ସାହାଯ୍ୟ ଦେବା ଆଦି ଦାବୀ କରାଯାଇଥିଲା,ପ୍ରାରମ୍ଭରେ କର୍ମକର୍ତା ମାନେ ଚାରିଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗେଟ ପାଖରେ ଗଣ ଧାରଣା ଦେଇଥିଲେ.ମହାସଂଘର ଆବାହକ ଡ଼ମ୍ବରୁଧର ଲହଜଲଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିବା ଏହିଗଣଧାରଣାରେ ଜୁନାଗଡ଼ ପି ଆଇ କଲେଜର ପୂର୍ବତନ ଅଧ୍ୟପକ ଅରୂପାନନ୍ଦ ନାଗ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଚପରିଆ ସରପଞ୍ଚ ପ୍ରତିନିଧି ନରହରି ବାଗ, ଜୟନ୍ତପୁର ସମିତିସଭ୍ୟ ଥବୀର ନାଗ, ଯୁବ ନେତା ରତନ ନାଏକ, ଡାକେଶ୍ୱର ଲହଜଲ, ବରିଷ୍ଠ ଓକିଲ ଦିଗାମ୍ବର ଦୁରିଆ ଶତାଧିକ କର୍ମୀ ଏହି,ଗଣଧାରଣାରେ ଅଂଶ ଗ୍ରହଣ କରିଥିଲେ. ପରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଥିଲା. ଚଳିତ ଶିକ୍ଷା ବର୍ଷରେ ଉକ୍ତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଚେତାବନୀ ଦେଇଛନ୍ତି ।