ଖପ୍ରାଖୋଲ ବ୍ଲକ ଉପାନ୍ତ ଅଞ୍ଚଳ ରେ ବାଟବଣା ବସୁଧା ଯୋଜନା

ଖପ୍ରାଖୋଲ ୦୧/୦୬ (ରୁପେନ୍ଦ୍ର ମୁଣ୍ଡା) : ବଲାଙ୍ଗିର ଜିଲ୍ଲା ଉପାନ୍ତ ଖପ୍ରାଖୋଲ ବ୍ଲକ ର ମାଳପଡା ପଞ୍ଚାୟତ ଜଳ ପଙ୍କେଲ ଗାଁ I ଗାଁ ରେ ପ୍ରାୟ ଦୁଇ ରୁ ତିନିହଜାର ଲୋକ ରହନ୍ତି I ଲୋକ ଙ୍କ ପିଇବା ପାଣି ର ସୁବିଧା ପାଇଁ ସରକାର ଙ୍କ ବସୁଧା ଯୋଜନା ରୁ 2019ରେ ଆରମ୍ଭ ହୋଇଥିଲା ଜଲଯୋଗାଣ ବ୍ୟବସ୍ଥା I ହେଲେ ଏବେ ବସୁଧା ଯୋଜନା ର ଭିତ୍ତି ଭୂମି କୁ ଦେଖିଲେ ଜଣା ପଡେ ଉପାନ୍ତ ଅଞ୍ଚଳ ର ଲୋକଙ୍କ ପାଇଁ କେତେ ସମ୍ବେଦନ ପ୍ରଶାସନ I ବସୁଧା ଯୋଜନା ରେ ଜଳ ଯୋଗାଣ ଚାଲିଛି ହେଲେ ଜଲଯୋଗାଣ ରେ ନାହିଁ ନଥିବା ଅବ୍ୟବସ୍ଥା I ମୁକୁଳା ପଡିଛି ପାଣି ଟାଙ୍କି ରୁ ଗାଁ କୁ ହେଉଥିବା ଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇବ ର ଟାଙ୍କି ସେଥିରେ ପୁଣି ମଦ ପ୍ୟାକେଟ , ଅନାବନା ଗଛ , ବର୍ଯ୍ୟ ବସ୍ତୁ , ଭଙ୍ଗା ବୋତଲ , ଜରି ପ୍ୟାକେଟ ର ପୂର୍ଣ୍ଣ ହୋଇଥିବା ବେଳେ ତଥାପି ଚାଲିଛି ଜଲଯୋଗାଣ I ଲୋକେ ଦୂଷିତ ଜଳ ପିଇ ବିଭିନ୍ନ ପ୍ରକାର ଜଲଜନିତ ରୋଗ ପରି ମାରାତ୍ମକ ବ୍ୟାଧି ରେ ପଡୁଥିବା ବେଳେ ଆଗକୁ ବି ଏହିସମସ୍ୟା ଜଟିଳ ଆକାର ଧାରଣ କରିବ ଏହା ନିଃସନ୍ଦେହ I ଜଳ ଯୋଗାଣ ର ଅବ୍ୟବସ୍ଥା କୁ ନେଇ ବିଭାଗୀୟ ଅଧିକାରୀ ଗ୍ରାମବାସି ଅନେକ ଥର ଅଭିଯୋଗ କଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ I ଏ ବିଷୟ ରେ ସ୍ଥାନୀୟ ସରପଞ୍ଚ ଗୋପାଳ ମେହେରଙ୍କୁ ପଚରା ଯିବାରୁ ସେ ବିଷୟରେ ସେ ଆଗରୁ ଜାଣି ନାହାନ୍ତି ପରିସ୍ଥିତି ଅନୁଧ୍ୟାନ କଲା ପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l