ହାଣ୍ଡି ବାଲ୍ଟି ଧରୀ ପାଣି ପାଇଁ ରାସ୍ତା ରୋକକଲେ ମହିଳା ନଳକୂପ ମରାମତି କରାଗଲା ଏବଂ ସୋଲାର ବ୍ୟବସ୍ଥା କୁ ନେଇ ପ୍ରତିଶୃତି ପରେ ରାସ୍ତା ରୁ ହଟିଲେ ଆନ୍ଦୋଳନ କାରୀ

ରାୟଗଡା,୨୯/୦୫ (ପ୍ରଫୁଲ କୁମାର ବେହେରା) : ସରକାର ଲୋକଙ୍କ ପିଇବା ପାଇଁ ପାଣି ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ହେଲେ ଗ୍ରାମ ବାସି ଉପକୃତ ହୋଇ ପାରୁ ନାହାନ୍ତି ଏପାରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାର ଲା କଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଦୀର୍ଘ ୨ ଘଣ୍ଟା ହେଲା ଲୋକେ ରାସ୍ତା ଅବରୋଧ କରି ରାସ୍ତା ମଝି ରେ ଧାରଣା ଦେଇ ବସିଛନ୍ତି ଫଳରେ ଗାଡି ଗୁଡିକ ଉଭୟ ପାର୍ଶ୍ଵ ରୁ ଯାମ ହୋଇଯାଇଛି ସରକାର ଜଳ ହିଁ ଜୀବନ ବୋଲି କହୁଛନ୍ତି ହେଲେ ଖରା ଦିନେ ବୁନ୍ଦେ ପାଣି ନ ପାଇଁ ବଂଚିବୁ କି ମରିବୁ ବୋଲି ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି ପାଣି ସମସ୍ୟା ସମାଧାନ ନ ହେଲେ ରାସ୍ତା ରୁ ହଟିବୁ ନାହିଁ ବୋଲି ଚେତା ବନି ଦେଇଛନ୍ତି l ଅଙ୍ଗୁର ଗ୍ରାମ ରେ 2 ଟି ନଳ କୂପ ଥିଲା ତାହା ମଧ୍ୟ ଖରାପ ହେଇଯାଇ ଛି ବାରମ୍ବlର ଜନ ପ୍ରତିନିଧି ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ଗୁହାରି କଲେ ବି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି ତେଣୁ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରିଥିବା କହିଛନ୍ତି ଏନେଇ ଖବର ପାଇବା ପରେ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବାକୁ ଚାନ୍ଦିଲି ପୋଲିସ ଷ୍ଟେସନ ରୁ ପୋଲିସ ଯାଇଥିଲେ ହେଲେ ଲୋକେ ମାନି ନଥିଲେ lଏହା ପରେ ରାୟଗଡା ବିଡ଼ିଓ ଲଷ୍ମୀ ନାରାୟଣ ସାବତ ନିଜେ ଘଟଣା ସ୍ଥଳକୁ ଯାଇ ଖରାପ ଥିବା ନଳକୂପ କୁ ଭଲ କରିବା କାମ ତଦାରଖ କରିଛନ୍ତି ଆଗାମୀ ଏକ ସପ୍ତାହ ମଧ୍ୟରେ ଉକ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସୁଧାରିବା ପାଇଁ ସୋଲାର ର ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ପରେ ରାସ୍ତା ରୁ ହଟି ଛନ୍ତି ଗ୍ରାମ ବାସି l

https://biplabnews.com/wp-content/uploads/2023/05/VID-20230529-WA0028.mp4