ରାୟଗଡା,(ପ୍ରଫୁଲ କୁମାର ବେହେରା): ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାଶୀପୁର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୁଧନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ତଥା ଓକିଲ ଦିବସ ଉତ୍ସବକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି lଏହି ଅବସରକୁ କାଶୀପୁର ଓକିଲ ସଂଘର ସଭ୍ୟବୃନ୍ଦ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏବଂ ମଧୁ ବାବୁଙ୍କ ସ୍ମୃତିକୁ ଉନ୍ମଚନ କରିଥିଲେ lଏହି କାର୍ଯ୍ୟକ୍ରମ ରେ କାଶୀପୁର ଅତିରିକ୍ତ ଦେୱାନୀ ବିଚାରପତି କନିଷ୍ଠ ବିଭାଗ ଏବଂ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଶୋଭନ କୁମାର ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି,କାଶୀପୁର ବ୍ଲକ ବରିଷ୍ଠ ଓକିଲ ପି. କେ. ସିଂଦେଓ ସନ୍ନମାନ୍ୱିତ ଅତିଥି ଓ ପୂର୍ବତନ କାଶୀପୁର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ପ୍ରଦ୍ବୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିଲେ l
ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ ଓକିଲ ଦିବସରେ ବିଚାରପତି ଶ୍ରୀ ପଣ୍ଡା, ବରିଷ୍ଠ ଆଇନଜୀବୀ ଶ୍ରୀ ପିକେ ସିଂଦେଓ ମଧୁବାବୁ ଙ୍କ ଓଡିଶା ପ୍ରତି ଉତ୍ସାର୍ଗ ଓ ତାଙ୍କ ଅବଦାନକୁ ପ୍ରତିପାଦନ କରିଥିଲେ l ଓକିଲ ସଂଘ ସଭାପତି ଶ୍ରୀ କନେଇ ଲାଲ ଜଏନ ଏକ ପଂକ୍ତି କ୍ରମେ ‘ କାଳିଆ ଘଡ଼ାରେ ଚଢିବା ଓ ମଧୁବାବୁଙ୍କ ପରି ଲଢିବା ବୋଲି ଓକିଲଙ୍କୁ ପ୍ରେରିତ କରିଥିଲେ lଏହି ଭଳି ପୂର୍ବତନ ସଭାପତି ଶ୍ରୀ ମହାପାତ୍ର ମଧ୍ୟ ମଧୁବାବୁଙ୍କ ସମ୍ପୂର୍ଣ ଯିବନି ଉପରେ ଆଧାରିତ ତାଙ୍କ ଓଡିଶା ପ୍ରତି ଆବୋଦାନ ଯାହାକି “ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା, ସ୍ୱତନ୍ତ୍ର ଓଡ଼ିଆ ଭାଷାର ମାନ୍ୟତା, ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟ ର ସ୍ଥାଇ ବେଞ୍ଚ ଏବଂ କଲିକତାରୁ ଓଡିଶା ଯାତ୍ରା ବିଷୟରେ ସମ୍ପୂର୍ଣ ରୂପେ ବିସ୍ତାର କରି ଉଦବୋଧନ ଦେଇଥିଲେ l Nଏହି କାର୍ଯ୍ୟକ୍ରମକୁ ଓକିଲ ଉପେନ୍ଦ୍ର ମାଝୀ ଶୁପରିଚାଳନା ର ଦାଇତ୍ୱ ତୁଲାଇ ଥିଲେ lକାର୍ଯ୍ୟକ୍ରମରେ ଓକିଲଙ୍କ ମଧ୍ୟରୁ ଉପସଭାପତି ରାମ ମୋହନ ମହାନ୍ତି, ସମ୍ପାଦକ ପ୍ରେମାନନ୍ଦ ନାଏକ,ସରକାରୀ ଓକିଲ କରମଚାନ୍ଦ ପ୍ରଧାନ, ପ୍ରମୋଦ କୁମାର ନାୟକ, ଘନଶ୍ୟାମ ନାଏକ,ହରପ୍ରଶାଦ ନାୟକ, ଅମିତ କୁମାର ନାୟକ, କୈଳାଶ ଚନ୍ଦ୍ର ପୂଜାରୀ,ଭଗବାନ ପାତ୍ର, ରାଶି ମାଝୀ, ଲକ୍ଷୀ କାନ୍ତ ପାତ୍ର ଓ ଅନ୍ୟପ୍ରମୁଖ ଉପସ୍ଥିତ ଥିଲେ l