ରାୟଗଡ଼ା-୨୭/୦୪(ପ୍ରଫୁଲ କୁମାର ବେହେରା) : ସକ୍ଷମ ଆନୁକୂଲ୍ୟରେ ସନ୍ଥ ସୁରଦାସ ଜୟନ୍ତୀ ପାଳନ ଅବସରରେ ବ୍ଲକ କଲୋନୀ ସ୍ଥିତ ସଂସ୍କୃତି ଭବନ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା | ସକ୍ଷମ (ଏକୋଇଶି ପ୍ରକାର ଦିବ୍ୟାଙ୍ଗ ଙ୍କ ପାଇଁ କାମ କରୁଥିବା ଭାରତର ଏକମାତ୍ର ଅନୁଷ୍ଠାନ) ର ବର୍ଷର ୬ ଗୋଟି ଅନିର୍ଵାର୍ଯ୍ୟ କାର୍ଯ୍ୟକ୍ରମ ଭିତରେ ସନ୍ଥ ସୁରଦାସ ଜୟନ୍ତୀ ଅନ୍ୟତମ | ଏହି ଜୟନ୍ତୀ କୁ ସାରା ଭାରତ ରେ ସକ୍ଷମ ତରଫରୁ ପାଳନ କରାଯାଏ | ସେହିପ୍ରକାର ରେ ରାୟଗଡା ଜ଼ିଲ୍ଲା ସକ୍ଷମ ତରଫରୁ ମଧ୍ୟ ପାଳନ କରାଯାଇଛି | ମୁଖ୍ୟ ଅତିଥି ରୂପେ ସକ୍ଷମ ର ରାଜ୍ୟ ସଂରକ୍ଷକ ଡଃ ବାଦଲ କୁମାର ତାହା,ରାୟଗଡା ଜ଼ିଲ୍ଲା ସଂରକ୍ଷକ ଡଃ ଭାସ୍କର ରାଓ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାୟଗଡା ଖଣ୍ଡ ମାନନୀୟ ସଂଘଚାଳକ ଶ୍ରୀ ହରିହର ଖମାରି,ପ୍ରାନ୍ତ ସଚିବ ଶ୍ରୀ ରାମଚନ୍ଦ୍ର ସାହୁ ଏବଂ ରାୟଗଡା ଭିନକ୍ଷମ ମହାସଂଘ ଜ଼ିଲ୍ଲା ସଭାପତି ଶ୍ରୀ ରାକେଶ ହିମିରିକା ପ୍ରମୁଖ ମଞ୍ଚାସିନ ଥିଲେ | କାର୍ଯ୍ୟକ୍ରମ ର ପ୍ରଥମେ ପ୍ରାନ୍ତ ଯୁବପ୍ରମୁଖ ଶ୍ରୀ ଶ୍ୟାମ କୁମାର ଦାଶ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରିଥିଲେ | ସଂଗଠନ ମନ୍ତ୍ର ର ସାମୁହିକ ଉଚ୍ଚାରଣ ପରେ ଶ୍ରୀ ହରିହର ଖମାରି ସକ୍ଷମ ର ଭୂମିକା ସମାଜ ପାଇଁ କଣ ତାହା ଆଲୋକପାତ କରିଥିଲେ | ଶ୍ରୀ ରାକେଶ ହିମିରିକା ସମାଜରେ ଦିବ୍ୟାଙ୍ଗ ଙ୍କ ଭୂମିକା କିପରି ରହିବା ଉଚ୍ଚିତ କହିବା ସହ ଏକ ସୁନ୍ଦର ଭଜନ ଗାଈ ସମସ୍ତଙ୍କୁ ଚକିତ କରିଥିଲେ | ଶ୍ରୀ ରାମଚନ୍ଦ୍ର ସାହୁ ସକ୍ଷମ ର ଲକ୍ଷ୍ୟ ଏବଂ ପରିକଳ୍ପନା ବିଷୟରେ ଅବଗତ କରାଇବା ସହ ସନ୍ଥ ସୁରଦାସ ଙ୍କ ବିଷୟରେ ବିସ୍ତୃତ ଭାବେ କହିଥିଲେ | ଡଃ ବାଦଲ କୁମାର ତାହା ଭବିଷ୍ୟତରେ ଭାରତ କୁ ପରମବୈଭବୀ କରିବା ପାଇଁ ଦିବ୍ୟାଙ୍ଗ ଙ୍କ ଭୂମିକା କଣ ଏବଂ ସେବା ଘରୁ ଆରମ୍ଭ ହେଇ ସମାଜ ପର୍ଯ୍ୟନ୍ତ କିପରି ପହଞ୍ଚିବ ତାହା ବିଶ୍ଵୟରେ ସମସ୍ତଙ୍କ ନଜର କୁ ଆଣିଥିଲେ | ପରିଶେଷରେ ଶ୍ରୀ ଶ୍ୟାମ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କଲ୍ୟାଣମନ୍ତ୍ର କହିବାପରେ କାର୍ଯ୍ୟକ୍ରମ ସମାପ୍ତ ହେଇଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ବିଦୁଲତା ହୁଇକା,ଶ୍ରୀ ଯୋଗେଶ୍ୱର ଦାଶ, ଶ୍ରୀ ଗଣେଶ ସାହୁ,ଶ୍ରୀ ଜଳନ୍ଧର ବାଚେଲି, ଶ୍ରୀ ସନ୍ତୋଷ ମହାପାତ୍ର, ଶ୍ରୀମତୀ ଝରଣା ମହାନ୍ତି, ଶ୍ରୀ ଏମ ବିଦ୍ୟା ସାଗର, ଶ୍ରୀ ବସନ୍ତ ଉଲ୍ଲାକା, ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀ ଅଜୟ ରଥ, ଶ୍ରୀ ରବି ପାଟଖଣ୍ଡଲ, ଶ୍ରୀ ପ୍ରଶାନ୍ତ ପାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |