ମୁଖିଗୁଡ଼ା (ଅରୁଣ କୁମାରସାହୁ):- କଳାହାଣ୍ଡି ଜିଲ୍ଲା ର ଚାଷୀ ଭାଈ (କୃଷକ ) ମାନଙ୍କ ବିଭିନ୍ନ କ୍ଷେତ୍ର ରେ ଅବହେଲାର ଶିକାର ଦେଉଥିବା ବେଳେ ଆଜି କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଚାଷୀ ମାନଙ୍କ ହକ୍ ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ‘ଜନ ଜାଗରଣ ଅଭିଯାନ ‘ ଶୁଭ ଆରମ୍ଭ କରାଯାଇଛି। ଏଥି ସହିତ ଜିଲ୍ଲା ରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ପରିବହନ, ଶିଳ୍ପ ସ୍ଥାପନ ,ସ୍ଥାୟୀ ଯୁବତୀ ଓ ଯୁବକ ଙ୍କ ନିଯୁକ୍ତ ପାଇଁ ସୁଯୋଗ ସୃଷ୍ଟି ଏବଂ କଳାହାଣ୍ଡି କୁ କିପରି ସର୍ବୋପରି ଏକ ସୁନ୍ଦର ସବୁଜ ରେ ଗଢି ତୋଳିବା ଏହି ଅଭିଯାନ ର ଉଦେଶ୍ୟ ବୋଲି ପରିଷଦ ର ଅଧ୍ୟକ୍ଷା ଡଃ . ସୁନିତା ମୁଣ୍ଡ କହିଛନ୍ତି। ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ଗୁଡିକ ନିଆଯାଇଛି । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୨ କିଲୋମିଟର ଯିବ ଏବଂ ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯିବ ।ଏହି ଯାତ୍ରା କଳାହାଣ୍ଡି ଓ ନୂଆ ପଡ଼ା ଜିଲ୍ଲାର ସମସ୍ତ ପ୍ରାନ୍ତ କୁ ଜନସାଧରଣଙ୍କୁ ସେମାନଙ୍କ ସମସ୍ୟା ଏବଂ ସମବେତ ଭାବରେ ତାହାର ପ୍ରତିକାର ନିମନ୍ତେ ସ୍ଵର ଉଠାଇବା କୁ ପ୍ରେରିତ କରିବା ଏହି ଯାତ୍ରା ୭୦ ଦିନ ଚିଲିବ ବୋଲି ଡଃ . ସୁନିତା ମୁଣ୍ଡ ପ୍ରକାଶ କରିବା ସହିତ ଦୁଇ ଜିଲ୍ଲା କଳାହାଣ୍ଡି ଓ ନୂଆପଡା ବାସୀଙ୍କର ପୂର୍ଣ୍ଣ ସହ ଯୋଗା କାମନା କରିଛନ୍ତି।