ଜୟପାଟଣା ( ଡମ୍ବରୁଧର ଦୁର୍ଗା):- ଅଲ୍ ଓଡିଶା ସିଡୁଲକାଷ୍ଟ ଫେଡେରେସନ୍ କଲମପୁର ବ୍ଲକ ପକ୍ଷରୁ ଶନିବାର ଦିନ କଲମପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ୍ କରାଯାଇଛି l ସୂଚନା ଅନୁସାରେ ଗତ ୧୮ ତାରିଖ ମଙ୍ଗଳବାର ଦିନ ଭବାନୀପାଟଣା ପରମାନନ୍ଦପୁର ଛକ ସ୍ଥିତ ଭରତରତ୍ନ ଡ୍. ବାବାସାହେବ ଅମ୍ବେସକରଙ୍କ ପ୍ରତିମୁର୍ତ୍ତିରେ କୌଣସି ଦୁର୍ବୁତ୍ତ ମାନଙ୍କ ଦ୍ଵାରା ମୁଣ୍ଡ ଓ ଦେହସାରା ଧଳା କପଡା ଶବପରି ବିକୃତି କରି ଘୋଡାଇ ଦିଆଯାଇଥିଲା । ଏହା ଭାରତର ସାମ୍ବିଧାନିକ ଗଣତନ୍ତ୍ର ଓ ବାବାସାହେବଙ୍କୁ ଭଲପାଇବା , ଅଖଣ୍ଡତା,ନ୍ୟାୟ,ସମ୍ମାନ ଓ ଭାତୃ ଭାବନାକୁ ବଜାୟ ରଖିଥିବା ଏବଂ ବିଚରଧାରାକୁ ବିଚାର କରୁଥିବା କୋଟି କୋଟି ନାଗରିକଙ୍କ ମନରେ ଆଘାତ କରିଛି , ବିଗତ ଦିନ ମାନଙ୍କରେ ଏହିପରି ଘଟଣା ନଘଟେ । ସେହିପରି କଲମପୁର ଅଞ୍ଚଳର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ଦୁର୍ବୁତ୍ତ ମାନଙ୍କ ଠାରୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଅଲ ଓଡିଶା ସିଡୁଲକାଷ୍ଟ ଫେଡେରେସନର କର୍ମକର୍ତ୍ତା ଏବଂ ଆମ୍ବେଦକର ପ୍ରେମୀମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଦେବା ସମୟରେ ସେଡୁଲକାଷ୍ଟ ଫେଡେରେସନର ସଭାପତି ଲିମେଶ୍ଵର ବାଗ,ଆମ୍ବେଦକର ବାଦୀ ଦିଗାମ୍ବର ଦୁରିଆ, ସାଧାରଣ ସମ୍ପାଦକ ବଲରାମ ଛତ୍ରିଆ, ସହ ସମ୍ପାଦକ ଗଣେଷରାମ ବାଗ , ସେନାପତି ନାଏକ,ଗଣେଶ ନାଗ,ସୁଶାନ୍ତ ବିହାରୀ, ବେଣୁଧର ଦୁର୍ଗା,ନନ୍ଦ ବାଗ ପ୍ରମୁଖ ଉପସ୍ଥିତ ରହି କଲମପୁର ଥାନା ଏ.ଏସ୍.ଆଇ ଶେଖର ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।