ଜୟପାଟଣା ଠାରେ ମୁସଲିମ ଭାଇ,ଭଉଣୀ ଇଦ୍ ପର୍ବ ପାଳିତ

ମୁଖିଗୁଡ଼ା ( ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁସଲମାନ ସମ୍ପ୍ରଦାୟର ମୁସଲିମ ଭାଇ,ଭଉଣୀ ଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି ପର୍ବର ରମଜାନ ମାସର ଅନ୍ତିମ ଦିନରେ ଶୁକ୍ରବାର ଦୀନ ଶେଷ ଜୁମା ପାଳିତ ହୋଇଥିବା ବେଳେ ଇଦ୍‌ର ଜହ୍ନ ଦେଖିବା ପରେ ଶନି ବାର ଦିନ ଇଦ୍‌ ପର୍ବ ପାଳିତ ହୋଇଛି । ଶନି ବାର ସକାଳ 8ଟା୩୦ ସମୟରେ ଜୟପାଟଣା ବ୍ଲକ ରେ ଥିବା ମସ୍‌ଜିଦରେ ମୂଖିଗୁଡା, କୋକସରା ମିନାଗୁର ଗ୍ରାମ ରୁ ମୁସଲିମ ଧର୍ମାବଲମ୍ୱି ମାନେ ଆସି ବହୁ ସଂଖ୍ୟା ରେ ଭାଇଚାରା ର ଏହି ପର୍ବରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଭାଇ ,ଭଉଣୀ ମାନେ ଏକତ୍ରିତ ହୋଇ ସକାଳୁ ମସ୍‌ଜିଦ୍‌ରେ ମୌଲାନା ନମାଜ ପାଠ କରିବା ସହ ସ୍ଥାନୀୟ ମସ୍‌ଜିଦରେ ପରସ୍ପରକୁ ଅଭିନନ୍ଦନ ଜଣାଇ ବଡ଼ ଖୁସି ରେ ଏକମାସ ଧରି ଉପବାସ ରହିବା ପରେ ଇଦ୍‌ ପାଳନ କରି ଭାଇଚାରାର ପର୍ବ ପାଳନ କରିଛନ୍ତି।


ଆସରଫ ଅଲ୍ଲୀ, ଫକୀର ଖାଁ, ଜବାର ଖାଁ, ମୋଇନ ଅହେମଦ, ରା଼ଜା ଖାଁ,ସେହେଜାଦ ଅଲ୍ଲୀ,ସୁନ୍ନି ମୁସଲିମ, ସଭାପତି :-ଈସୁଫ ଖାଁ,ସାମ୍ପଦକ :-ନିବାସ ଅଲ୍ଲୀ ହାଫିଜ ଶାହବ, ତରାଭି ନମାଜ ଅଳତାଫ ଖାଁ,ଫିରୋଜ ଖାଁ, ମସୀମ ଖାଁ, ମୁଜିପି ଖାଁ, ଇଜାଜ ଖାଁ, ସମିମି ଅଲ୍ଲୀ,ମେହେକ ବାନୁ, ସିଫାଆଫ୍ରିନ, ଅବଦୁଲ ଓହୀଦ ଖାନ ,ଅବଦୁଲ ସମୀର, ଅବଦୁଲ ଆମଜାଦ ଖାନ, ଅବଦୁଲ ଜାବେଦ ଖାନ, ସାରା ବିଶ୍ଵ ରେ ଶାନ୍ତି ଓ ଭାଇଚାରାର ପ୍ରତିଷ୍ଠା ଲାଗି କାମନା କରିବାସହ ସମସ୍ତେ ପରସ୍ପର କୁ ଇଦ୍ ମୁବାରକ୍ ଜଣାଇ ଶୁଭେଛା ବାର୍ତ୍ତା ଦେଇଛନ୍ତି ଓ ପର୍ବ ପାଳନ କରିଛନ୍ତି।