ଦୁଇଟି ଝିଅ ବିଷ ପିଇଲେ ସେଥିରୁ ଜଣେ ମୃତ।

ରାୟଗଡା,୧୭/୦୪(ପ୍ରଫୁଲ କୁମାର ବେହେରା): ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଉତ୍କକା ପାଡୁ ଗ୍ରାମର ଦୁଇଟି ଝିଅ କୁଲି ଗ୍ରାମ ପଞ୍ଚାୟତ ସ୍ଥିତ ୫ଟି ବିଦ୍ୟାଳୟ ରେ ପାଠ ପଢୁଥିଲେ। ସେମାନଙ୍କ ନାମ ହେଲା ଶିବାନୀ ଏଲିଆଶ ମାମାଲି ପୁଲକା ଆନୁମାନିକ ବୟସ ୧୪ ବର୍ଷ ୦୮ ଶ୍ରେଣୀରେ ପଢ଼ିବା ବେଳେ ଅନ୍ୟ ଝିଅ ସଂଗୀତା ହେପୃକ ଆନୁମାନିକ ବୟସ ୧୬ ବର୍ଷ ୧୦ ଶ୍ରେଣୀରେ ପଢ଼ୁଥିଲା। ବିଦ୍ୟାଳୟ ଛୁଟି ଘୋଷଣା କରିଥିବା ବେଳେ ଉତ୍କପାଡୁ ଗ୍ରାମକୁ ଆସି ନିଜ ଘରେ ରହୁଥିଲେ। ସୁଚନା ମୁତାବକ ଆଜି ସକାଳୁ ଦୁଇ ଝିଅ ବିଶ ପିଇ ସଙ୍ଗୀତା ଘରେ ଛଟ ପଟ ହେଇଥିବାରୁ ପରିଜନ ମାନେ ଦୁଇ ଜଣକୁ ନିକଟସ୍ତ କୋଲନରା ବ୍ଲକର ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ, ସେଠାର ଡାକ୍ତର ମାନେ ବାନ୍ତି କରିବା ଔଷଧ ଦେଇ ଉତ୍ତମ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ସେବା ଯୋଗାଇ ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଶିବାନୀ ପୂଲକା ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବାର କିଛି ସମୟ ପରେ ବାନ୍ତି କରି ଥିଲା ବେଳେ ସଙ୍ଗୀତା ହେପ୍ରୁକା ବାନ୍ତି କରି ନଥିଲେ, ଚିକିସ୍ତାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏ ପର୍ଯ୍ୟନ୍ତ ସେମାନେ କେଉଁ କାରଣରୁ ଓ କାହିଁକି ବିଶ ପିଇ ଥିଲେ ଅସ୍ପଷ୍ଟ ଅଛି ଓ ରହସ୍ୟ ଘେରା ରହିଛି। ହର ପ୍ରାସାଦ ହେପ୍ରୁକା ଓ ମୂତ ଝିଅ ର ପରିବାର ବର୍ଗ ନର୍ସ ମାନଙ୍କ ବ୍ୟବହାର ଠିକ୍ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।