୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ |

କୋଇଡା :(ଡ଼ମୁ ପାତ୍ର )ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ରାଧାମୋହନ ମନ୍ଦିର ସମ୍ମୁଖ ରେ ଥିବା ଏକ ୧୧ କେଭି ବିଦ୍ୟୁତ ତାର ତାର ଯାଇଛି । ଜଣେ ଠିକା ଶ୍ରମିକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିକାମ କରୁଥିଲା । ହଠାତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ମଙ୍ଗଳବାର ଦିନ ୧୧ ଟା ସମୟ ଠିକା ଶ୍ରମିକ ଗିନ୍ଦୁରୁ ପୁର୍ତ୍ତି ୧୧ କେଭି ଲାଇନ୍ ଖୁଣ୍ଟ ଚଢି ଲାଇନ୍ ତାରକୁ ବାନ୍ଧୁଥିଲା । ହଠାତ ଲାଇନ୍ ଟି ଚାର୍ଜ ହେବା ଫଳରେ ଠିକା ଶ୍ରମିକ ଜଣଙ୍କ ର ସେହି ଖୁଣ୍ଟରେ ହିଁ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେବି ଶ୍ରମିକ ଜଣକ ଏକ ଘଣ୍ଟା ଧରି ଖୁଣ୍ଟରେ ଝୁଲି କରି ରହିଥିବର ଦେଖିବା କୁ ମିଳିଥିଲା ।ବଣାଇଁ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବିଦ୍ୟୁତ କଟା ଯିବା ପରେ ଦମକଳବାହିନୀ କର୍ମଚାରୀ ମାନେ ମୃତ୍ୟୁ ଯୁବକକୁ ଖୁଣ୍ଟି ଉପରୁ ଶବକୁ ଉଦ୍ଧାର କରିଥିଲେ। ଖବର ପାଇ ବଣାଇଁ ପୋଲିସ ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିପରି ମୃତ୍ୟୁ ବରଣ କଲା ପୋଲିସ ଘଟଣା ସ୍ଥଳ ରେ ତଦନ୍ତ ଚଲାଇଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ହୋଇଥିବା ଯୁବକର ଘର ଝାରଖଣ୍ଡ ରାଜ୍ୟ ଶିଘଂଭୂମି ଜିଲ୍ଲା ପୁକୁରିଆ ଗ୍ରାମର ବୋଲି ଜଣାପଡିଛି। ପରିବାର ଲୋକଙ୍କୁ ଖବର ଦିଆଯାଇ ଥିବା ଜଣାପଡିଛି।