ଚୈତ୍ର ମାସ ଚତୁର୍ଦ୍ଦଶୀ ମଙ୍ଗଳବାର ଦିନ ଚୈତ୍ର ପର୍ବ ପାଳିତ।

ଜୟପାଟଣା (ଡମ୍ବରୁ ଧର ଦୁର୍ଗା):-କଳାହାଣ୍ଡି ଜିଲ୍ଲାରେ ଚୈତ୍ରମାସରେ ମାଁ ଲଙ୍କେଶ୍ବରୀ ଈଷ୍ଠଦେବୀ ଙ୍କ ପୂଜାର୍ଚ୍ଚନା କରାଯାଇ ଥାଏ।ପଶ୍ଚିମ ଓଡ଼ିଶାରେ ଏହି ପର୍ବ ମଧ୍ୟ ନୂଆଖାଇ ପର୍ବ ପରି ଏହି ପର୍ବ ମଧ୍ୟ ବେଶ ପ୍ରସିଦ୍ଧ ପଶ୍ଚିମ ଓଡ଼ିଶାରେ ଚୈତ୍ର ମାସରେ ଏହି ପର୍ବ ପାଳନ କରାଯାଇଥାଏ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମରେ ଚୈତ୍ର ପର୍ବ ପାଳନ କରାଯାଇଛି।ଏହି ପର୍ବ ମୁଖ୍ୟତହ ଗ୍ରାମାନଚଳରେ ବହୁତ ପ୍ରସିଦ୍ଧ।ପୁରାତନ ଯୁଗର ଗ୍ରାମରେ ରହୁଥିବା ଲୋକ ମାନେ ନିଜ ନିଜର ଇଷ୍ଠ ଦେବୀଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ।ଏହି ଚୈତ୍ରପର୍ଵ ଦୀର୍ଘ ବର୍ଷ ଧରି ପାଳନ କରି ଆସୁଥିବାରୁ ବର୍ତମାନ ମଧ୍ୟ ଗ୍ରାମରେ ଦେଖିବାକୁ ମିଳିଥାଏ।ଚୈତ୍ର ମାସର ଶୁକ୍ଳପକ୍ଷ ତ୍ରୟୋଦଶୀ ଫାଲଗୁନୀ ନକ୍ଷେତ୍ରେ ଏହି ପର୍ବ ପାଳନ କରାଯାଇ ଥାଏ।ଏହି ପର୍ବରେ ଗ୍ରାମର ଇଷ୍ଟଦେବୀ ମାଁ ଲଙ୍କେଶ୍ବରୀ ମନ୍ଦିର ଠାରୁ ଘଣ୍ଟ ସହିତ ଦେବଦେବୀ ମାନଙ୍କ ଯାତ୍ରା ଆରମ୍ଭ ହୋଇଥାଏ।ଗ୍ରାମ ଦେବଦେବୀଙ୍କୁ ଗ୍ରାମର ପ୍ରତେକ ଘର କୁ ଘର ପରିକ୍ରମା କରି ପୂଜା ପାଆନ୍ତି।ଗ୍ରାମର ପରିକ୍ରମା ଶେଷ ହେବା ପରେ ଦେବଦେବୀଙ୍କ ସହିତ ଗ୍ରାମର ଅନେକ ଲୋକ ଏକାଠି ହୋଇ ପରିଶେଷରେ ମାଁ ଠାକୁରାଣୀ ଓ ମାଁ ମଉଳି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି।ମାଁ ଲଙ୍କେଶ୍ବରୀ ଓ ମାଁ ମଉଳି ମନ୍ଦିରରେ ଗ୍ରାମର ସମସ୍ତ ଲୋକ ମାନେ ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଭୋଗ ଓ ବଳି ଆଶୀର୍ବାଦ ଗ୍ରହଣ କରିଥାନ୍ତି। ପରିଶେଷରେ ମାଁ ଲଙ୍କେଶ୍ବରୀ,ମାଁ ମଉଳି ,ଠାକୁରାଣୀ,ପରଦେସେନ୍ ,ମତିଦେବତା, ଜେନାବୁଡ଼ା,ଅନେକ ଦେବଦେବୀଙ୍କୁ ପୂଜା କରାଯାଇଥାଏ।