ଜୟପାଟଣା ଓ ମୁଖିଗୁଡ଼ା ଭକ୍ତ ମାନଙ୍କ ଦ୍ବାରା ରାମ ନବମୀ ପାଳନ

ଜୟପାଟଣା (ଅରୁଣ କୁମାରସାହୁ) :-ଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ତ୍ରେତୟା ଯୁଗରେ ପୃଥିବୀରେ ଅସୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା । ଅସୁରମାନେ ଋଷି ମୁନୀମାନଙ୍କର ଯଜ୍ଞ ଭାଙ୍ଗ କରୁଥିଲେ । ପୃଥିବୀରେ ଅସୁରଙ୍କ ବିନାସ ପାଇଁ ଭଗବାନ ବିଷ୍ଣୁ ଶ୍ରୀ ରାମ ଅବତାରରେ ଅବତାରିତ ହୋଇଥିଲେ । ଚୈତ୍ର ମାସ ର ଶୁକ୍ଳ ପକ୍ଷ ନବମୀ ତିଥି ଓ ପୁନର୍ବସୁ ନକ୍ଷତ୍ର ରେ ପ୍ରଭୁ ଶ୍ରୀ ରାମ ଧରା ପୃଷ୍ଠା ରେ ଅବତରି ଥିଲେ |ତେଣୁ ଆଜି ର ତିଥି କୁ ରାମ ନବମୀ ବୋଲି ପାଳନ କରାଯାଏ |ଏହି ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କର ପୂଜା ହେବା ସହ ମାତା ଦୁର୍ଗାଙ୍କ ନବମୀ ରୂପ ମହାଗୌରୀ ଙ୍କ ର ମଧ୍ୟ ଆରାଧନା କରାଯାଏ |ଆଜି ର ଶୁଭ ତିଥି ରେ ଭକ୍ତ ମାନେ ଉପବାସ ରଖିବା ସହ ରାମ ନାମ ଜବ କରିଥାନ୍ତି |
ଜୟପାଟଣାରେ ଏହି ଉତ୍ସବର ଆୟୋଜନ ଅତ୍ୟନ୍ଦ ମନୋରମ ହୋଇଥାଏ ଗୀତାଭାବନରେ ନଅ ଦିନ ବ୍ୟାପି ଏହି ଉତ୍ସବ ପାଳନ ହେଉଥୁବା ବେଳେ ସ୍ଥାନୀୟ ରାମ ମନ୍ଦିରରେ ଆଜି ନବମୀ ଦିନ ଏହାର ଆୟୋଜନ ହୋଇଥାଏ । ବିଶେଷକରି ରାମ ଶୋଭାଯାତ୍ରା କମିଟି ଦ୍ରାରା ଆୟୋଜିତ ପ୍ରଭୁ ଶ୍ରୀରାମଙ୍କର ରଥ ନଗର ପରିକ୍ରମା କରିବାର ଦୃଶ୍ଯ ଅତ୍ୟନ୍ତ ମନୋରମ ହୋଇଥାଏ ।ଆଜି ସୁନ୍ଦରିଜୋର ଠାରେ ଆୟୋଜିତ୧୦୮ କୁଣ୍ତିଅ ମହା ଯଜ୍ଞ ଅଞ୍ଚଳ ବାସୀଙ୍କର ଶ୍ରୀରାମଙ୍କର ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତା ହଜାର ହଜାର ଭକ୍ତଙ୍କ ଭାବାବେଗକୁ ଦେଖିଲେ ଆଧ୍ୟାମ୍ଭିକ ଚେତନା ଜାଗ୍ରତ ହୋଇଥାଏ।