ତଣ୍ଡିକୁଳ ରୁ ତୁଳଙ୍ଗ ରାସ୍ତା ନିମ୍ନମାନର ମଝି ରାସ୍ତାରେ କେଉଁଠି ବିଦ୍ୟୁତ ଖୁଣ୍ଟ ତ କେଉଁଠି ଗଛ |

ତିର୍ତ୍ତୋଲ:(ମାନସ କୁମାର ସୁତାର ) ତିର୍ତ୍ତୋଲ ବ୍ଲକ ଅଧିନ ତଣ୍ଡିକୁଳ ରୁ ତୁଳଙ୍ଗ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାର ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି। ମାଟି ଉପରେ ପିଚୁ କରାଯାଇଥିବା ବେଳେ ରାସ୍ତା ମଝିରେ କେଉଁଠି ବିଦ୍ୟୁତଖୁଣ୍ଟ ତ କେଉଁଠି ଗଛ ସବୁ ଥିବାବେଳେ ତାରି ଉପରେ ପିଚୁ ବୋଳି ଠିକାଦାର ବିଲ କରିନେବାକୁ ବସିଥିବା ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଜଣାତରେ ଏ ସବୁ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଅପରପକ୍ଷରେ ରାସ୍ତାର ସ୍ଥାଇତ୍ୱ କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି |