ଢେଙ୍କାନାଳ ସଦର ବ୍ଲକ ପକ୍ଷରୁ ଷ୍ଟେରିଙ୍ଗ ଛାଡ

ଢେଙ୍କାନାଳ,(ଶୁଭମ୍ ପାଣି): ଆଜି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ଡ୍ରାଇଭର ମହାସଂଘ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି। ସରକାରଙ୍କ ପାଖରେ ୧୦ ଦଫା ଦାବିରେ ବାରମ୍ବାର ପୂରଣ ପାଇଁ ମିଳୁଛି ପ୍ରତିଶ୍ରୁତି। ପ୍ରତିଶ୍ରୁତି ପୂରଣ ନହେବାରୁ ରାଜ୍ୟ ସଂଘର ନିର୍ଦ୍ଦେଶ ଅନୁସାରେ ଆଜି ସାରା ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ରେ ୧୯ଟି ପ୍ରମୁଖ ସ୍ଥାନରେ ଜିଲ୍ଲା ଡ୍ରାଇଭର ସଂଘ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ଢେଙ୍କାନାଳ ସଦର ବ୍ଲକ ପକ୍ଷରୁ କାମାକ୍ଷ୍ୟା ଛକ ଓ କଲେଜ ବାଇପାସ୍ ଦୁଇଟି ସ୍ଥାନରେ ଶହ ଶହ ଡ୍ରାଇଭର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଛି। ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ସଭାପତି ନରତ୍ତୋମ ବେହେରା ଉପସଭାପତି ପବିତ୍ର ସାହୁ ସଦର ବ୍ଲକ ସଭାପତି ଟିକିନା ନାଏକ ଉପସଭାପତି ବିଷ୍ଣୁ ବେହେରା, ରଘୁନାଥ ରାଜ, ବିକ୍ରମ ବେହେରା, ତ୍ରିନାଥ ମହାନ୍ତି, ସୁରେଶ ବାରିକ, ସିମା ଗଣ୍ଡ, ପ୍ରିୟବ୍ରତ ରାଉତ ସହିତ ଅନେକ ଡ୍ରାଇଭର ଭାଇ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ। ଜନ ସମମୁଦ୍ର ପରି ଦିଶୁଛି ଆନ୍ଦୋଳନ ସ୍ଥଳି। ରାସ୍ତା ଘାଟରେ ଦିଶୁନି ଗାଡି ମଟର। ନିରବତା ହୋଇଯାଇଛି ସାରା ଓଡ଼ିଶା।ସେମାନଙ୍କର ଦାବି ଗୁଡ଼ିକ ହେଲା , ଡ୍ରାଇଭର ମାନେ ଜନସାଧରଣଙ୍କର ଯେଉଁ ଆକ୍ରୋସ ର ଶିକାର ହେଉଛନ୍ତି ସେଥିପାଇଁ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ, ଡ୍ରାଇଭର ମାନଙ୍କର ବିଶ୍ରାମ ତଥା ଗାଡ଼ି ପର୍କିଙ୍ଗ ପାଇଁ ବ୍ୟବସ୍ଥା ସହ ବିଶ୍ରାମ ଘର ଓ ଶୌଚାଳୟ ବ୍ୟବସ୍ଥା କରିବା, ଡ୍ରାଇଭର ମାନଙ୍କର ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି 5ଲକ୍ଷ ଲାଖେ ପ୍ରଦାନ କରିବା, ସେମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 25 ଲକ୍ଷ ଏବଂ ଅକର୍ମଣ୍ୟ ହୋଇଗଲେ 10 ଲକ୍ଷର କ୍ଷତି ପୂରଣ ପ୍ରଦାନ କରିବା,ସେମାନଙ୍କୁ ଦ୍ୱିତୀୟ ସୈନିକ ର ମାନ୍ୟତା ପ୍ରଦାନ,55 ବର୍ଷ ପରେ ପେନସନ ପ୍ରଦାନ କରିବା ଇତ୍ୟାଦି । ଏହିଭଳି ଭାବେ ସେମାନଙ୍କର ଅନେକ ଦାବି ସରକାରଙ୍କୁ ପ୍ରଦାନ କରିଥିଲେ ।