ଗଡିଲା କୃଷି ଯନ୍ତ୍ରପାତି ପ୍ରଚାର ରଥ

ଢେଙ୍କାନାଳ,୦୧/୦୨,(ଶୁଭମ ପାଣି) ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟlଳୟ ପରିସରରେ ମାନ୍ୟବର ବିଧାୟକ , ଢେଙ୍କାନାଳ ସଦର ଶ୍ରୀଯୁକ୍ତ ସୁଧୀର ସାମଲ ଏବଂ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ , ଢେଙ୍କାନାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ , ଭା.ପ୍ର.ସେ. ସବୁଜ ପତାକା ଦେଖାଇ କୃଷି ଯନ୍ତ୍ରପାତି , ରଥର ଶୁଭ ଉଦ୍ଘାଟନ କରାଯାଇଅଛି । ତା ୧୦.୦୨.୨୦୨୩ ରିଖ ଠାରୁ ତା ୧୩.୦୨.୨୦୨୩ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ନିମନ୍ତେ ପ୍ରଚାର ପ୍ରସାର କରିବା ସହିତ ଜନ ସଚେତନତା ସୃଷ୍ଟି କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି । ତା ୦୧.୦୨.୨୦୨୩ ରିଖ ରୁ ତା ୦୮.୦୨.୨୦୨୩ ରିଖ ପର୍ଯ୍ୟନ୍ତ ଦୁଇ ଗୋଟି ରଥ ୦୮ ଗୋଟି ବ୍ଲକ ପରିଭ୍ରମଣ କରି ପ୍ରତ୍ୟେକ ଚାଷୀ ଭାଇ ଓ ଭଉଣୀମାନଙ୍କୁ ମେଳାରେ ଯୋଗଦାନ କରି କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ କ୍ରୟ କରିବା ନିମନ୍ତେ ଅବଗତ କରାଯିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଢେଙ୍କାନାଳ ଶ୍ରୀଯୁକ୍ତ ତରୁଣ କୁମାର ଦରୱାନ ଉପସ୍ଥିତ ରହିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ତୋଷ , ନିର୍ବାହୀ ଯନ୍ତ୍ରୀ ( କୃଷି ) ଶ୍ରୀଯୁକ୍ତ ରଘୁନାଥ ବେହେରା ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ , କର୍ମକର୍ତ୍ତା ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।