ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୁଦନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲାପାଳ ବନମାଳୀ ଶତପଥୀ, ବିଡିଓ ଶଶାଙ୍କ ଶେଖର ପାତ୍ର, ବ୍ଲକ ଅଧକ୍ଷା ମିଶାବତୀ ମଳିକ,ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଚଳିତ ବର୍ଷର ଏହି ସାଧାରଣ ତନ୍ତ୍ର କିପରି ସୁରୁଖୁରୁରେ ପାଳନ କରାଯିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଜାନୁୟାରୀ ୨୫ ତାରିଖରେ ମାରାଥନ ଦୌଡ଼ ପ୍ରତିଯୋଗିତା ସହ ୨୬ ତାରିଖରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପାରେଡ ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମିନି ଷ୍ଟାଡିୟମ ରେ ଆୟୋଜିତ ହେବ l ପୂର୍ଵ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ସକାଳ ୮ଟା୩୦ ମିନଟରେ ପତାକା ଉତୋଳନ କରାଯିବ ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା ଯୋଗଦେଇ ଜାତୀୟ ପତାକା ଉତୋଳନ କରିବେ । ଗତ ଦୁଇବର୍ଷ କୋଭିଡ ପାଇଁ ଏହି ଦିବସ ସାମୁହିକ ଭାବେ ପାଳନ ହୋଇପାରିନଥିଲା । ଚଳିତ ବର୍ଷ ଏହାକୁ ସୁଚାରୁ ରୁପେ ପାଳନ କରାଯିବ । ଏହି ଦିବସ ନିମନ୍ତେ ବିିଭିନ୍ନ ପ୍ରତିଯୋଗିତା ମାନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଦିବସରେ ପୁରସ୍କୃତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକରେ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।