ଅସାବଧାନତା ଯୋଗୁଁ ଟ୍ରେନ୍ ରେ କଟି ଜଣେ ଯୁବକଙ୍କ ମୃତ୍ୟୁ |

ରାଜଗାଙ୍ଗପୁର,(ମନୋଜ ଭୋଳ) :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି |ଅସାବଧାନତା ଯୋଗୁଁ ଗତ କାଲି ରାତ୍ରିରେ ଜଣେ ଯୁବକଙ୍କ ଟ୍ରେନ୍ ରେ କଟି ମୃତ୍ୟୁ ହୋଇଛି |ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ରାତ୍ରି ପ୍ରାୟ 9 ସମୟରେ ରାଜଗାଙ୍ଗପୁର ରେଳ ଷ୍ଟେସନ ରେ ଘଟିଛି ଏ ଘଟଣା |କୁତ୍ର ବ୍ଲକ ଅନ୍ତର୍ଗତ ପଚରା ଗ୍ରାମ ର ସୁରଜ ଏକ୍କା ନିଜର ସମ୍ପର୍କୀୟ ଙ୍କୁ ସମଲେଶ୍ବରୀ ଟ୍ରେନ୍ ରେ ଛାଡିବାକୁ ଆସିଥିବା ବେଳେ ଟ୍ରେନ୍ ଆସିବା ପରେ ସେ ନିଜର ସମ୍ପର୍କୀୟଙ୍କୁ ଟ୍ରେନ୍ ରେ ଚଢାଇବା ସହ ସେ ନିଜେ ଟ୍ରେନ୍ ରେ ଚଢି ଯାଇଥିଲେ |ଟ୍ରେନ୍ ଧୀରେ ଧୀରେ ପ୍ଲାଟ ଫର୍ମ ଛାଡିବା ବେଳେ ସେ ଓଲ୍ଲାହିବାବେଳେ ଟ୍ରେନ୍ ଓ ଷ୍ଟେସନ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କରେ ଅସାବଧାନତା ଯୋଗୁଁ ସେ ପଡି ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା |ରେଳବାଇ ପୋଲିସ୍ ମୃତ ଦେହଙ୍କୁ ଜବତ କରି ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି ।