ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ମହାମାରୀ ପ୍ରସ୍ତୁତି ନିମନ୍ତେ ମକଡ୍ରିଲ ପରିଦର୍ଶନ

ରାୟଗଡ଼; ୨୭/୧୨ (ପ୍ରଫୁଲ୍ଲ କୁମାର ବେହେରା) : ନୂତନ କୋଭିଡ଼ ୧୯ ଭ୍ୟାରିଆଣ୍ଟ କାରଣ ରୁ ବିଭିନ୍ନ ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି , ସ୍ବାସ୍ଥ୍ୟ ସଚିବ ଶ୍ରୀମତୀ ଶାଲିନି ପଣ୍ଡିତ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ନିମନ୍ତେ ସମସ୍ତ ପ୍ରସ୍ତୁତି ଯାଞ୍ଚ ପାଇଁ ଏକ ମକ ଡ୍ରିଲ ର ଆୟୋଜନ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଏକ ଯାଞ୍ଚ ଦଳ କୋଭିଡ୍ ନିମନ୍ତେ ସ୍ବାସ୍ଥ୍ୟ ସେବା ଯେପରିକି ସ୍ଵତନ୍ତ୍ର ଶଯ୍ୟା, ଅମ୍ଳଜାନ ସମର୍ଥିତ ଶଯ୍ୟା ଏବଂ ଆସିୟୁ ଶଯ୍ୟା ର ଉପଲବ୍ଧତା ତଥା କେଭିଡ ୧୯ ପରିଚାଳନା ପାଇଁ ପ୍ରାକ୍ ପ୍ରସ୍ତୁତି ଯାଞ୍ଚ କରିଥିଲେ । ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଭି ଏଲ୍ ଏନ୍ ରାଜୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବରଦା କାନ୍ତ ମିଶ୍ର, ଏପିଡେମିଓଲୋଜି, ମାଇକ୍ରୋ ବାୟୋଲୋଜିଷ୍ଟ ଏବଂ ଚିକିତ୍ସାଳୟ ପରିଚାଳକ ଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, କୋଭିଦ ୧୯ ମହାମାରୀ ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ବର୍ତ୍ତମାନ ସୁଦ୍ଧା ଆମ ମୁଖ୍ୟ ଚିକିତ୍ସାଳୟର ୧୬ ଟି ଆଇସିୟୁ ଶଯ୍ୟା, ଅମ୍ଳଜାନ ଶଯ୍ୟା ଏବଂ ପ୍ରଜ୍ୟାପ୍ତ ପରିମାଣ ରେ ଔଷଧ ଉପଲବ୍ଧ ଅଛି। ଏହା ସହିତ ଆମେ ଲୋକମାନଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ପାଇଁ ଅନୁରୋଧ କରିବା ଆରମ୍ଭ କରିଛୁ ।