ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ନିରାକାରପୁର ପୋଲିସକୁ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଟାଙ୍ଗୀ:-୦୪/୧୨(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଦୁଇ ଜଣ ବରିଷ୍ଠ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ ଏବଂ ଉମେଶ ଚନ୍ଦ୍ର ପଟ୍ଟନାୟକ ଙ୍କୁ ସେହି ଅଞ୍ଚଳର ଅକ୍ଷୟ କୁମାର ପଟ୍ଟନାୟକ ନାମକ ଯୁବକ କେତେକ କୁଚକ୍ରି ଲୋକଙ୍କ ଦ୍ୱାରା ପ୍ରଭାବିତ ହୋଇ ଉଦେଶ୍ୟ ମୂଳକ ଭାବେ ସାମ୍ବାଦିକ ଦ୍ୱୟଙ୍କୁ ଗାଳିଗୁଲଜ ସହିତ ଅତର୍କିତ ଆକ୍ରମଣ କରିଛନ୍ତି । ଆକ୍ରମଣରେ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ ଙ୍କ ଗୋଡ ଆଙ୍ଗୁଠି ହାଡ ଭାଙ୍ଗି ଯାଇଛି ଏବଂ ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି । ଏ ସଂକ୍ରାନ୍ତରେ ସାମ୍ବାଦିକଙ୍କ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏପଟେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଅକ୍ଷୟ କୁମାର ପଟ୍ଟନାୟକ ସାମ୍ବାଦିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇ ପକ୍ଷର ଅଭିଯୋଗ କୁ ଭିତ୍ତିକରି ନିରାକାରପୁର ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି । ଆହତ ଦୁଇ ସାମ୍ବାଦିକ ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଆକ୍ରମଣକାରୀ ଏବେବି ସାମ୍ବାଦିକଙ୍କ ପରିବାର କୁ ଗାଳିଗୁଲଜ ସହିତ ଜୀବନରେ ମାରି ଦେବାର ଧମକ ଦେଉଛି ବୋଲି ଦୁଇ ସାମ୍ବାଦିକ ଅଭିଯୋଗ କରିଛନ୍ତି । ଏଭଳି ଘଟଣା କୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ସାମ୍ବାଦିକ ପରିବାର ଏବଂ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବା ପାଇଁ ନିରାକାରପୁର ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ସଂକ୍ରାନ୍ତରେ ଟାଙ୍ଗୀ ମିଡ଼ିଆ ସେବା ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ସମ୍ପାଦକ ସନ୍ତୋଷ ଚୈ।ଧୁରୀ , ସହ-ସମ୍ପାଦକ କାହ୍ନୁ ଚରଣ ବେହେରା , ଉପ-ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ , ସତ୍ୟନାରାୟଣ ବଳିଆରସିଂ , ମହେଶ ନାୟକ , ଆଲୋକ ମହାରଣା , ରଞ୍ଜନ କୁମାର ସାହୁ , କାହ୍ନୁ ଚରଣ ବେହେରା, ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତିରେ ନିରାକାରପୁର ଥାନା ର ଭାରପ୍ରାପ୍ତ ଥାନା ନିରୀକ୍ଷକ କାହ୍ନୁ ଚରଣ ସ୍ୱାଇଁ ଙ୍କ ସହିତ ସଂଘ ପକ୍ଷରୁ ପ୍ରତିନିଧି ଦଳ ଆଲୋଚନା କରିବା ପରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।