ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଳା ଅନୁସୂଚୀତ ଜାତି ଜନଜାତି ମିଳିତ ମଞ୍ଚ ତରଫରୁ ୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଥିବା ଅନୂସୁଚୀତ ଜାତି ଏବଂ ଜନଜାତି ମାନଙ୍କର ମାମଲାକୁ ଥାନାରେ ପଞ୍ଚିକରଣ କରିବା,ଅନୁସୂଚୀତ ଜାତିଏବଂ ଜନଜାତି ମାନଙ୍କ କ୍ଷେତ୍ରରେ ତଦନ୍ତରେ ଅବହେଳା ସହିତ କାଉଣ୍ଟର କେସ ଦାଖଲରୁ ନିବୃତରହିବା, ଜିଲ୍ଲା ମଙ୍ଗଳଅଧିକାରୀ ଏସସିଏସଟି ମୋକଦ୍ଦମାରେ କ୍ଷତିପୂରଣ ପାଇଁକାଳକ୍ଷେପଣ ନିତୀ ଅବଲମ୍ବନ କରୁଥିବା ବେଳେତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା,ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟସ୍ଥାପନ ପାଇଁପଦକ୍ଷେପ ଗ୍ରହଣ କରିବା, ଉପଜିଲ୍ଲାପାଳ ଡାକ୍ତରଙ୍କ ଔଷଧ ଚିଠାରେ ଏସସିଏସଟି ଜମି ବିକ୍ରୀପାଇଁ ଅନୁମତି ପ୍ରଦାନ କରୁଥିବା ବେଳେ ଆଇନ ଅନୁସାରେ ଅନୁମତି ପ୍ରଦାନ କରିବାକୁ ଦାବୀ କରିବା,ବସଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକର ଭବନର ପୁନରୁଦ୍ଧାର କରିବା,ସଫେଇ କର୍ମଚାରୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବିଧାନ ଦିବସ ପାଳନ କରାଯାଇ ଦାବୀପତ୍ରକୁ ପ୍ରଦାନକରାଯାଇଛି ।