ଢେଙ୍କାନାଳ, (ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ଶାଖାଇପିଏଫ ପେନସନର୍ସ ମାନଙ୍କ ତରଫରୁ ସ୍ଥାନୀୟ ଯାଉଁଳିପୋଖରୀ ମଠ ପରିସରରେ ଦାବୀ ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସଙ୍ଘର ଆହ୍ୱାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାଖା ସଭାପତି ଜ୍ୟୋତିରଞ୍ଜନ ମହାନ୍ତିଙ୍କ ସହିତ ଜିଲ୍ଲାରେ ଥିବା ବିଭିନ୍ନ କଳକାରଖାନା, ଅର୍ଦ୍ଧସରକାରୀ ସଂସ୍ଥାର, ଛଟେଇ ହୋଇଥିବା କର୍ମଚାରୀ ମାନେ ଯୋଗଦେଇଥିଲେ । ଇପିଏଫ ପେନସନ ଭୋଗୀ ମାନେ ମାସିକ ୧ ହଜାର ଟଙ୍କା ପେନସନ ପାଉଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବାରମ୍ବାର ଦାବୀ ସତ୍ୱେ ସରକାର ପେନସନ ବୃଦ୍ଧି ପାଇଁକୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗହୋଇଛି । ଫଳରେ ରାଜ୍ୟର ୧ଲକ୍ଷ ୭୦ ହଜାର ପେନସନ ଭୋଗୀ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତିି । ମାସିକ ୯ ହଜାର ଟଙ୍କା ପେନସନ ସହିତ ମହଙ୍ଗା ଭତ୍ତା, ଆୟୁଷ୍ମାନ ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ ହେବା ପାଇଁ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତିି । ଏହି ଅବସରରେ ଏକ ଶୋଭାଯାତ୍ରା ଯାଉଁଳି ପୋଖରୀ ମଠରୁ ବାହାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ପେନସନଧାରୀ ମାନଙ୍କ ତରଫରୁ ଏକ ଦାବୀ ପତ୍ରପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ହୃଦାନନ୍ଦ ପ୍ରଧାନ, ଶରତ କୁମାର ରଥ, ସମ୍ପାଦକ ସଦାଶିବ ମିଶ୍ର, କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ, ଯୁଗ୍ମ ସମ୍ପାଦକ ଗୋଲକ ବରାଳ, ସହସମ୍ପାଦକ ଉମାଶଙ୍କର ଦାଶ କାର୍ଯ୍ୟକାରିଣୀ ସଦସ୍ୟ ଗୋପିନାଥ ଜେନା, ପଠାଣୀ ପୃଷ୍ଟି, ଧୃବ ନାଏକଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ ।