ଟିକିରୀ,(ପ୍ରଫୁଲ୍ଲ କୁମାର ବେହେରା) : ସମଗ୍ର ରାଜ୍ୟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାର ପ୍ରତିନିଧି ଗଣ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ର ପୋଲିସ ପ୍ରଶାସନ ଙ୍କୁ ପ୍ରଦାନ କରିଥିବାବେଳେ ଆଜି ବିଭିନ୍ନ ବ୍ଲକ ରେ କାର୍ଯ୍ୟ କରୁଥିବା ଏହି ସଂଘ ପକ୍ଷରୁ ସ୍ତାନୀୟ ପୋଲିସ ଥାନାରେ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି କ୍ରମରେ ଆଜି ମହାସଂଘ ଦ୍ୱାରା ପରିଚାଳିତ ବ୍ଲକ ଅନ୍ତର୍ଗତ କାଶୀପୁର ଡ୍ରାଇଭର ସଂଘ ମଧ୍ୟ ଅଞ୍ଚଳ ର କାଶୀପୁର, ଟିକିରି, ଅଣ୍ଡରାକୋଞ୍ଚ ଓ ଦୋରାଗୁଡା ଭଳି ୪ ଟି ଥାନାରେ ଏହି ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି ଓଡ଼ିଶା ଡ୍ରାଇଭର ମହାସଂଘ କାର୍ଯ୍ୟରତ ଡ୍ରାଇଭର ସଭ୍ୟ ଙ୍କର ଅନିଶ୍ଚିତ ଭବିଷ୍ୟତ କୁ ନେଇ ସରକାର ନିକଟରେ ଦୁର୍ଘଟଣା ବୀମା ରାଶି, ୫୫ ବର୍ଷ ପରେ ଅବସରକାଳୀନ ଭତା, ସ୍ୱତନ୍ତ୍ର ସୁରକ୍ଷା ଆଇନ , ଦୂର ଯାତ୍ରା ସମୟରେ ପର୍କିଙ୍ଗ ଓ ବିଶ୍ରାମ ର ସୁବିଧା ,ଆଇନ ଆଳ ରେ ପୋଲିସ ଦ୍ୱାରା ଅକଥନୀୟ ଅତ୍ୟାଚାର , ଆବାସ ଯୋଜନାରେ ସାମିଲ, ପିଲାମାନଙ୍କ ଶିକ୍ଷାରେ ରିହାତି, ପରିବହନ ବିଭାଗ ର ବିଭିନ୍ନ କାମ ରେ ଦେୟ ପ୍ରତି ରିହାତି ପୁଣି ଡ୍ରାଇଭର ଙ୍କୁ ଏକ ଯୋଦ୍ଧା ର ମାନ୍ୟତା ଭଳି ୯ଦଫା ସମ୍ବଳିତ ଦାବି କୁ ନେଇ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ସରକାର କୌଣସି କାରଣ ରୁ ଏଥିପ୍ରତି କର୍ଣପାତ କରୁ ନାହାନ୍ତି ।
ହେଲେ ଏହାର ପ୍ରତିବାଦ ରେ ବର୍ତ୍ତମାନ ସଙ୍ଘ ର କିଛି ସଭ୍ୟ ସମ୍ବଲପୁର ଠାରୁ ବାହାରି ଦଣ୍ଡବତ ପ୍ରୟାସ ରେ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିବାଦ ଜଣାଉଥିବା ଆରମ୍ଭ କରୁଥିବା ବେଳେ ଉକ୍ତ ଦାବି କାର୍ଯ୍ୟକାରୀ କରିବାକୁ ଆଜି କାଶୀପୁର ସ୍ଥିତ ଡ୍ରାଇଭର ସଂଘ ପକ୍ଷରୁ ବ୍ଲକ ଅନ୍ତର୍ଗତ ୪ ଟି ଥାନାରେ ଦାବି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ସଙ୍ଘ ପକ୍ଷରୁ ରାଜ୍ୟବ୍ୟାପୀ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଜାରି ରଖିବାକୁ ଦାବି ରେ ଉଲ୍ଲେଖ ରହିଛି । ଆଜି ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର ଶତାଧିକ ସଭ୍ୟ ମଧ୍ୟରୁ ଅମର ଗୋପାଳ ,ପରୀକ୍ଷିତ ନାଏକ ,ଦନ ମାଝି, କୃଷ୍ଣ ନାଏକ,ଲୋଚନ ଗୋପାଳ, କାମଲେ ନାଏକ, ଜଗନ୍ନାଥ ତୁରୁକ , କିଶୋର କୁମାର ଭୁଇୟା , ବିଜୟ ଖସଲା, ଅନ୍ତ ଗୋପାଳ ,ଭାବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।