ଡ୍ରାଇଭର ମହାସଂଘର ଦଣ୍ଡବତ ଯାତ୍ରା

ଢେଙ୍କାନାଳ,(ଶୁଭମ ପାଣି) : ଡ୍ରାଇଭରଙ୍କ ସୁରକ୍ଷା ସମ୍ମାନକୁ ନେଇ ୯ ଦଫା ଦାବୀରେ ରାଜରାସ୍ତାରେ ଦଣ୍ଡବତ ଯାତ୍ରା କରୁଛନ୍ତି ଓଡିଶା ଡ୍ରାଇଭର ମହାସଂଘ।ଏହି ଦଣ୍ଡବତ ଯାତ୍ରା ସମ୍ବଲପୁରରୁ ବାହାରି ଦୁଇଶହରୁ ଅଧିକ କିଲୋମିଟର ପର୍ଯ୍ୟନ୍ତ ଢେଙ୍କାନାଳରେ ପହଞ୍ଚିଛି । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜରାସ୍ତାରେ ଢେଙ୍କାନାଳରେ ଏକତ୍ରିତ ହୋଇ ଏହି ଦଣ୍ଡବତ ଯାତ୍ରା କରୁଛନ୍ତି। ଆଗାମୀ ୮ ତାରିଖ ଭିତରେ ନବୀନ ନିବାସରେ ପହଞ୍ଚି ସରକାରଙ୍କ ସହ ନିଜ ହକ ପାଇଁ ଆଲୋଚନା କରିବେ ବୋଲି ସ୍ଥିର କରିଛନ୍ତି । ଯଦି ସରକାର ଏଦୀଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟ ବ୍ୟାପି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ।