ରାୟଗଡା,(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲ୍ଲା କୁମ୍ଭିକୋଟା ଠାରେ ଆଜି ଏକ ନିଆରା ଡମ ପରମ୍ପରା ଅନୁଯାୟୀ ଦିଆଲ ପରବ ଭେଟଘାଟ 2022 ଅନୁଷ୍ଠିତ ହୋଇଛି,ଏହାକୁ କୁମ୍ଭୀକୋଟା, ନାକିଟି ଓ ପୋଢମରା ର ଯୁବକ ଓ ବୁଦ୍ଧିଜୀବୀ ମାନେ ଏକ ନିଷ୍ପତ୍ତି ନେଇ ଆୟୋଜନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଗ୍ରାମର ନାଇକ, ଧାଙ୍ଗଡାମାଜି, ଡମ ସମାଜ ବୁଦ୍ଧିଜୀବୀ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, ମୁଖ୍ୟତଃ କାର୍ଯ୍ୟକ୍ରମରେ ନିଜର ପରମ୍ପରା ଅନୁଯାୟୀ ଗୀତ ନାଟ୍ୟ, ବାଜା ମହୁରୀ କରି ବାହାରୁ ଆସି ଥିବା ବୁଦ୍ଧିଜୀବୀ, ଅନ୍ୟାନ୍ୟ ଅନୁଷ୍ଠାନ ରେ କୃତକାର୍ଯ୍ୟ ଅଫିସର, ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରି ଫୁଲ ମାଳ ଦେଇ ପାଛୋଟି ନେଇ ଥିଲେ, ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମନ ଭରି ଷ୍ଟେଜ ଉପରେ ନୃତ୍ୟ ପରିବେଷଣ କରି ଗ୍ରାମବାସୀ ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ ଙ୍କୁ ନିଜ କଳାରେ ଆକୃଷ୍ଟ କରିଥିଲେ, ସମସ୍ତ ନାଇକ , ଧାଙ୍ଗଡାମାଯି ଙ୍କୁ ମଧ୍ୟ ଫୁଲ ପିନ୍ଧେଇ ସମ୍ମାନିତ କରିଥିଲେ, ଶେଷ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ର ମଧ୍ୟ ଆୟୋଜନ କରିଥିଲେ, ଏଭଳି କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରଥମ କରି ହୋଇଥିବା ରୁ ସମସ୍ତେ ଆୟୋଜକ ଙ୍କୁ ସମସ୍ତ ବୁଦ୍ଧିଜୀବୀ ମାନେ ସାଧୁବାଦ୍ ଜଣାଇ ଥିଲେ, ଏଭଳି କାର୍ଯ୍ୟକ୍ରମ ନିଜ ସମାଜ କୁ ମଜବୁତ୍ କରିବା ସହ ଆଗାମୀ ପିଢ଼ି ପାଇଁ ବହୁ ଉପକାର ରେ ଆସିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚା ହୋଇଥିଲା ।