ଚନ୍ଦ୍ରପୁର/ରାୟଗଡ-୨୧/୧୦ (ପ୍ରଫୁଲ୍ଲ କୁମାର ବେହେରା) : ଚନ୍ଦ୍ରପୁର ୨୧.୧୦(ସ,ମି,ସ)ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ବ୍ଲକ ରସଭା ଗୃହ ଠାରେ ,ପଞ୍ଚାୟତ ସମିତି ପକ୍ଷରୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୋଇନ କିମ୍ଵାକା ଉଦଘାଟନ କରିଥିଲେ ।ସନମାନ ଅତିଥି ଭାବେ, ଜିଲ୍ଲାପରିଷଦ ସଭ୍ୟ ସୁଜିତ କୁମାର ବ୍ରେଡେକା, ଯୋଗଦେଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗ ଡୁଙ୍ଗ,ରାୟଗଡା ଭିନ୍ନ କ୍ଷମ ମହାସଙ୍ଗ ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ସଦରଚିକିତ୍ସାଳୟ ରୁ ଆସିଥିବା ଡାକ୍ତର ଏଲ,କେ ସ୍ୱାମୀ ଅର୍ଥପେଡିକ,ଡାକ୍ତର,ସଙ୍ଗମିତ୍ରା ପାତ୍ରବୋଧିର ବିଭାଗ, କର୍ଣ, ନାସା, ଗୋଳା ବିଭାଗ, ଅସ୍ତି ବିଭାଗ,ମେଘ୍ନନା ସାମନ୍ତରାୟ ଚକ୍ଷୁ ବିଭାଗ, ସଂନ୍ଧ୍ୟା ଦାସ ଫାର୍ମ ଶିଷ୍ଟ ଜଗନ୍ନାଥ ନାୟକ ମେଡ଼ିସିନ ବିଭାଗଡକ୍ଟର ଙ୍କ ସମସ୍ତେ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରିଥିଲେ ।ଏହିସିବିରରେ 245ଜଣ ରୋଗୀ ଚିନ୍ହଟ କରାଯାଇଥିଲା । ଉକ୍ତ ଶିବିର କୁ ସାମାଜିକ ସୁରକ୍ଷା ଅଧିକାରୀ ବିକାଶ କୁମାର ନାୟକ ,ପଞ୍ଚାୟତ ନିର୍ବାହି ଅଧିକାରୀସହଯୋଗ କରିଥିବା ବେଳେ ଚନ୍ଦ୍ରପୁର ସଦର ଚିକିତ୍ସା ଲୟର ଡାକ୍ତର ସାଲୁକ ଚନ୍ଦ୍ର ପୂର୍ତ୍ତି, ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର କର୍ମଚାରୀ ମାନେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଓ ବିଭିନ୍ନ ରୋଗୀ ମାନଙ୍କୁ ପରୀକ୍ଷା କରିଥିଲେ ।ଏହି ଶିବିରରେ ମୋଟ ୭୦ଜଣ ରୁ ଅଧିକ ହିତାଧିକାରୀ ଓ ବିଭିନ୍ନ ରୋଗୀ ମାନେ ପଞ୍ଜିକରଣ କରିଥିଲେ ।ଉକ୍ତ ଶିବିର କୁ ସାମାଜିକ ସୁରକ୍ଷା ଅଧିକାରୀ ବିକାଶ କୁମାର ନାୟକ ପରିଚାଳନା କରିଥିବାବେଳେ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର, ମାନସ ରଞ୍ଜନ ଜେନା,ରଞ୍ଜନ କୁମାର ପ୍ରଧାନ, ସୁଜିତ ତ୍ରିପାଠୀ, ଫିରଜ ସୁରିଆ,ଜୋଶନା ଶବର,ପରିଚାଳନା ରେ ସହଯୋଗ କରି ଥିଲେ ।