ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ରାୟଗଡା : ୧୦/୧୦ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ସ୍ୱଧା ଦେଵ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷ ରାମଚନ୍ଦ୍ର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ, ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ପଂଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଳେଶିକା, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥାର ସହାକାରୀ ଯନ୍ତ୍ରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ସାହୁ, ସହକାରୀ ଯୋଗାଣ ଅଧିକାରୀ,ସୁହଂସ ଭୋଇ,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଜିଲ୍ଲା ମଂଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଉଦ୍ୟାନ ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ,ଜିଲ୍ଲା ପଂଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଅବକାରୀ ଅନୁନିରୀକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

https://biplabnews.com/wp-content/uploads/2022/10/WhatsApp-Video-2022-10-10-at-16.23.47.mp4

ଆଜି ମୋଟ ୩୨ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୨୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୭ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା l ଏହି ଶିବିରରେ ଜଣକୁ ୫ହଜାର ଟଙ୍କା ରେଡ୍କ୍ରସରୁ ଓ ଅନ୍ୟ ଜଣକୁ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ଦେଵ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।