ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳନ

ଢେଙ୍କାନାଳ,୧୦/୦୫(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପ୍ରକ୍ରୁତିମିତ୍ର ପୁରସ୍କାର ପ୍ରାପ୍ତ ଶିକ୍ଷାନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପରିବେଶବିତ୍ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳନ କରାଯାଇଅଛି। ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଦେଲେ, ଜଙ୍ଗଲ ରହିବ। ଜଙ୍ଗଲ ରହିଲେ ଭଲ ବର୍ଷା ହେବ। ଭଲ ବର୍ଷା ହେଲେ,ଭଲ ଫସଲ ହେବ। ଆମ ପରିବେଶ ସୁସ୍ଥ ହେବା ସଂଗେ ସଂଗେ ଆମେ ମାନେ ଅଂଶୁଘାତରୁ ରକ୍ଷା ପାଇବା। ଏହି ବିଷୟରେ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।