ରାୟଗଡ଼: ଅବକାରୀ ଧର ପଗଡ଼ ତିନିଶହ ଲିଟର ପୋଚ ନଷ୍ଟ ସହ ବ୍ୟବହୃତ ଜିନିଷ ଜବତ ।

ରାୟଗଡ଼ , ୦୫/୧୦ (ପ୍ରଫୁଲ୍ଲ କୁମାର ବେହେରା) : ପାର୍ବଣ ଋତୁ କୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ଅବାଧରେ ମଦ ବିକ୍ରି ଏକ ବଡ଼ ସମସ୍ୟା ଅଟେ | ତେଣୁ ଏହି ଭଳି ବେଆଇନ ଦେଶୀ ମଦ ବିକ୍ରୀକୁ ବନ୍ଦ କରିବାକୁ ଯେପରି ଲାଗିପଡିଛନ୍ତି ଅବକାରୀ ବିଭାଗ | ଲାଞ୍ଚୁଆ ପୂର୍ବ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ଲାଞ୍ଚ ଟଙ୍କା ସହ ଧାରା ପଡିଲାପରେ ନୂତନଭାବେ ଦାଇତ୍ୱ ଗ୍ରହଣ କରିଥିବା ଅଧିକ୍ଷକ ଶ୍ରୀ ବେହେରା ଙ୍କ କାର୍ଯ୍ୟ ଶୈଳୀକୁ ସାଧାରଣରେ ପ୍ରଶଂସା କରିବା ସହ ଅଞ୍ଚଳରେ ଅବାଧ ମଦ ବିକ୍ରି କମିଥିଲା ଭଳି ଲାଗୁଚି | ଚଳିତ ମାସ ଏକ ଅତର୍କିତ ଚଢ଼ାଉରେ କଲ୍ୟାଣସିହ୍ନପୁର ବ୍ଲକ ଶିକାରପାଇ ରେ ଜଣକୁ ଅବୈଧ ମହୁଲ ରଖିଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମହୁଲକୁ ଜବତ କରିଥିଲେ | ସେହିଭଳି ଓଡିଶା ଆନ୍ଧ୍ର ସୀମାନ୍ତ ଶେଷଖାଲ ଥାନା ଅଞ୍ଚଳର ସାଂଦୁଵାଡି ଅଞ୍ଚଳରେ ସଦଳବଳେ ଯାଇ ଅତର୍କିତ ଭାବରେ ଚଢ଼ାଉ କରି ପ୍ରାୟ ୩୦୦ ଲିଟର ମହୁଲ ପୋଚ ନଷ୍ଟ କରବା ସହ ମଦ ରାନ୍ଧିବା ପାଇଁ ବ୍ୟବହୃତ ଡ୍ରମ ଡିକିଛି ହାଣ୍ଡି ଡବା ଜବତ କରଛନ୍ତି |ଏହିଭଳି ଧର ପଗଡ଼ ଅହରହ ଚାଲୁ ରହିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦେଇଛନ୍ତି |