ମନରେଗା କାମରେ ଲୋକଙ୍କ ବଦଳରେ କାମ କରୁଛି ମେସିନ, ହାତ ଗୁଂଜା ଦେଇ ଉଠାଉଛନ୍ତି ଟଙ୍କା

ରାୟଗଡ-୧/୧୦ (ପ୍ରଫୁଲ୍ଲ କୁମାର ବେହେରା) : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦିଗହରା ହେଇଛି ତାର ନମୁନା ଅନେକ ଜାଗାରେ ଦେଖିବାକୁ ମିଳିଛି। କେଉଁଠି ମେସିନରେ କାମ ହେଉଛିତ ଆଉ କେଉଁଠି କାମ ନ କରି ବିଲ ହେଇ ଅଧିକାରୀ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ର ସମ୍ପର୍କରେ ଚାଲିଛି ଟଙ୍କା ହଡପ। ପ୍ରଶାସନ ର ଆଖି ଆଢୁଆଳରେ ଏହିଭଳି ଗରିବ ଲୋକଙ୍କୁ ଖୋଲା ଖୋଲି ଲୁଟ ଚାଲିଛି। କହିବାକୁ ଚାଁହୁଛୁ କି କାମ ନ କରିଥିବା ଶ୍ରମିକଙ୍କ ନାମରେ ପାସ ବହିକୁ ନରେଗା ଟଙ୍କା ଆସୁଛି ତାଙ୍କୁ ହାତ ଗୁଂଜା ୧୦୦ ଟଙ୍କା ଦେଇ ପଇସା ଉଠାଇ ନେଉଥିବା ଅଭିଯୋଗ ଆସିଛି। ଏହିଭଳି ଏକ ଦୁର୍ନୀତି ଘଟିଛି ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସୁନଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ଆମ ପ୍ରତିନିଧି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ବାମନ ଗୁଡା ରୁ କରଡା ପଦର ଛକ, କରଡ଼ା ପଦର ଛକରୁ ଆର ଡି ରାସ୍ତା, ପାଲିଗାଁ ରୁ ଉପର ପଲି, ଉପର ପଲିରୁ ଜଂଗଜଡ଼ା ଗ୍ରାମକୁ,ମନରେଗା ଯୋଜନାରେ କାମ ରଖା ଯାଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ୨୦୨୨/୨୩ ଯୋଜନାରେ ଏହି ପଞ୍ଚାଗୋଟି ରାସ୍ତାକୁ ଉନତି କରଣ କରିବାକୁ ୫ ଲକ୍ଷ୍ୟ ଟଙ୍କା ଅଟକଳ କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା ଯେପରି ଏହି ଅଞ୍ଚଳର ଶ୍ରମିକଙ୍କ ପାଇଁ କାମ ଯୋଗାଇବା ଓ ଦାଦନ ଶ୍ରମିକ ସଂଖ୍ୟା ହ୍ରାସ କରିବା ପାଇଁ। କିନ୍ତୁ ଏହାର ସମ୍ପୁର୍ଣ ଭାବରେ ଉଲଂଘନ ହେଇଥିବା ଦେଖଗିବାକୁ ମିଳିଛି ।

ଏହି ପାଞ୍ଚୋଟି କଚା ରାସ୍ତାରେ ମାତ୍ର କେତେ ଟ୍ରାକ୍ଟର ମାଟି ପକାଇ ମେସିନରେ ବିଂଛି ଦେଇ ଟଙ୍କା ହଡପ କରିବା ଯୋଜନା କରୁଥୁବା ଖବର ମିଳିଛି। କାମ ନ ସରୁଣୁ କେତକ ଶ୍ରମିକଙ୍କ ନାମରେ ଟଙ୍କା ଆସିବା କଥା ତାହା ଅଧିକାରୀଙ୍କ ସହ ସାଲିସ ଥିବା ସ୍ୱଷ୍ଟ ଜଣା ପଡୁଛି। ବାମନ ଗୁଡା, କରଡ଼ା ପଦର ଓ ପାଲିଗାଁ ,ଉପର ପଲି ଗ୍ରାମର ସାଧାରଣ ପ୍ରଜା ରାମ ସିକକା, ରଙ୍ଗ ମାଝୀ, ମାନସ ରାଓ ପ୍ରସକା, ଜେସିବି ମେସିନ ଡ୍ରାଇଭର ଦିବାକର ଙ୍କ କହିବା କଥା ହେଲା ଆମକୁ କାମକୁ ଡକା ଯାଇନାହିଁ କିନ୍ତୁ ଆମ ଗ୍ରାମରେ କାମ ହେଉଛି ଶ୍ରମିକଙ୍କ ପାଇଁ ଜେ ଇ ଆସୁଛନ୍ତି ଗ୍ରାମସେବକ ସରପଞ୍ଚ ଆସୁଛନ୍ତି ତାଙ୍କ ଜାଣତରେ ଏଭଳି ହେଇଛି କିନ୍ତୁ କେହି କିଛି କହିବାର ନାହିଁ ବୋଲି ଅଭିଯୋଗ କରିଛନ୍ତି। ଆଉ ଏକ ବିଶେଷ ବ୍ୟତିକ୍ରମ ଦେଖିବାକୁ ମିଳିଛି ଏହି ୪ଟି ଜାଗାରେ କାମ ଫଳକ ଲେଖା ଯାଇନି ,କିନ୍ତୁ ପଲିଗାଁ ରେ ଏକ ଫଳକ ଲେଖା ଯାଇଛି ଯାହାର ଫଟୋଚିତ୍ର ଦିଆଯାଇଛି। ସେଥିରେ ଲେଖା ଅଛିକି ପାଲିଗାଁ ରୁ ଗୋଶାଳା ରାସ୍ତା ଉନତି ପାଇଁ କିନ୍ତୁ ତାହା ହେଇନାହିଁମିଛ ବୋର୍ଡ ଲେଖା ଯାଇଛି ତାହା ତଦନ୍ତ କଲେ ସ୍ୱଷ୍ଟ ଜଣା ପଡିବ। ଏନେଇ କନିଷ୍ଟ ଯନ୍ତ୍ରୀ ପି କେ ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହେଇ ପାରିଲା ନାହିଁ। ତେଣୁ ବୁଦ୍ଧିଜୀବୀଙ୍କ ମତ ଏହିକିଯେ ଏହି କାମର ତଦନ୍ତ କରାଯାଇ ମଞ୍ଜୁର ଅର୍ଥକୁ ପ୍ରଦାନ କରାଯାଉ ନଚେତ ଆଗକୁ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି।