ଜିଲ୍ଲା ସ୍ଥରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ l

ରାୟଗଡ:-ତା.୨୭/୦୯(ପ୍ରଫୁଲ୍ଲ କୁମାର ବେହେରା): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ପାଳ ଶ୍ରୀମତି ସ୍ୱଧା ଦେଵସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ବକ୍ତବ୍ୟରେ କହିଲେ ଯେ ପର୍ଯ୍ୟଟନ କେବଳ ଦେଶ ବିଦେଶରେ ବୁଲିଦେଖି ତାହାନୁହଁ ସେଠାକୁ ଯାଇ କିଛି ଶିଖ l କିଛି ନହେଲେ ନିଜରାଜ୍ୟ,ଅନ୍ୟ ଜିଲ୍ଲା କିମ୍ବା ନିଜରି ଜିଲ୍ଲାରେ ହେଲେ ମଧ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ଯାଇବୁଲି ଦେଖା ଓ ଜ୍ଞାନ ଆରହଣ କର ବୋଲି କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତା କରି ପର୍ଯ୍ୟଟନ ଦିବସର ତlପ୍ତର୍ୟ୍ଯତା ଉପରେ ବିସ୍ତୃତ ଭାବରେ ବୁଝlଇଥିଲେ l କାର୍ଯ୍ୟକ୍ରମରେ ଶିକ୍ଷାଵିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କହିଲେ ଯେ ୨୦୨୨ ମସିହାର ବିଶ୍ୱ ପର୍ଯ୍ୟଟନ ଉତ୍ସବ ଇନ୍ଦାନେସିଆର ବାଲି ଠାରେ ପାଳିତ ହେଉଛି l ଏହାର ମୁଖ୍ୟ ଉଦେଶ୍ୟ ହେଉଛି ପର୍ଯ୍ୟଟନ କୁ ପୁନ୍ନ ଜଗୁରକ୍ତ କରିବା ଯଦ୍ୱାରା ଅର୍ଥନୈତିକ ସମ୍ବଳ ବଢ଼ିବ ଏବଂ ରିଜଗର ଭିତି ହେବ l

ସାମାଜିକ ବୈଷମ୍ୟ ଦୂରହେବା ଏବଂ ସଂସ୍କୃତକ ଏକତା ବଜାୟ ରହି ବିଶ୍ୱ ଶାନ୍ତିରେ ସାହାୟକ ହେବ ବୋଲି କହିଥିଲେ l ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ,ଓ କ୍ୱିଜ ପ୍ରତଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଆର୍ଥିକ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରୁଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ,ଜିଲ୍ଲା ଶିଶୁଶୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ପୌର ନିର୍ବାହି ଅଧିକାରୀ ଆସିରବିଲlଲ ଅହମଦ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ମହିଳା ମହାବିଦ୍ୟାଳୟର ଏନସିସି ରିତାରଣୀ ମିଶ୍ର,ଛାତ୍ରଛାତ୍ରୀ, ରାୟଗଡ ମହାବିଦ୍ୟାଳୟର ଛାତ୍ର ମାନେ,ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ୱlକର୍ସ କ୍ଲବର ଯୁଗ୍ମ ସମ୍ପାଦକ ଜଳନ୍ଧର ପୁସିକା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ରାମଚନ୍ଦ୍ର ପାତ୍ର, ଡମ୍ବରୁଦ୍ଧାର ପଣ୍ଡା,କାହ୍ନୁଚରଣ ପ୍ରଧାନ,ରାଜେନ୍ଦ୍ର ଦୋରା,ଶ୍ରୀକାନ୍ତ ବିଶ୍ବାଳ, ଅଜିତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l

https://biplabnews.com/wp-content/uploads/2022/09/WhatsApp-Video-2022-09-27-at-16.41.04.mp4